![ପୋଲସରା ବିଧାୟକଙ୍କ କୁମାର ପୂର୍ଣ୍ଣିମା ଉପଲକ୍ଷେ ମହିଳାଙ୍କୁ ବସ୍ତ୍ର ସହ ଅର୍ଥ ଦାନ…](https://i0.wp.com/www.samrudhaodisha.com/wp-content/uploads/2019/10/WhatsApp-Image-2019-10-13-at-2.43.12-PM.jpeg?fit=1024%2C512&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/10/WhatsApp-Image-2019-10-13-at-2.43.13-PM.jpeg?resize=640%2C320&ssl=1)
ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କୁମାର ପୂର୍ଣ୍ଣିମା ଉପଲକ୍ଷେ ମହିଳା ଓ ପୁରୁଷ ମାନଙ୍କୁ ବସ୍ତ୍ର ସହ କିଛି ଅର୍ଥ ଦାନ କରିଛନ୍ତି । ପବିତ୍ର କୁମାର ପୂର୍ଣ୍ଣମୀ ଉପଲକ୍ଷେ ନିଜ ଗ୍ରାମ ହାତୀଓଟରେ ଧର୍ମ ଅର୍ଜନ କରିବା ପାଇଁ ଗରିବ ଲୋକ ମାନଙ୍କୁ ବସ୍ତ୍ର ପ୍ରଦାନ କରିଛନ୍ତି । ପାଖାପାଖି ୪୦୦୦ରୁ ଉର୍ଦ୍ଧ୍ଵ ଗରିବ ମହିଳା ଓ ପୁରୁଷ ଅଂଶ ଗ୍ରହଣ କରି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଠାରୁ ବସ୍ତ୍ର ସହ କିଛି ଅର୍ଥ ଗ୍ରହଣ କରିଥିଲେ । ବିଧାୟକଙ୍କ ଏପରି ସାହାର୍ଯ୍ୟ ଯୋଗୁଁ ସମର୍ଥକ ମାନେ ପ୍ରଶଂସା କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା