ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ସହରରେ ଚିନ୍ତା ବଢ଼ାଉଛି କରୋନା ପଜିଟିଭ ସଂଖ୍ୟା । ପୋଲସରା ଏନଏସିରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇ ୪୦ରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଆଜି ପୁଣି ୧୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଜରୁରୀ ନିର୍ଦ୍ଦେଶ ସଂଖ୍ୟା ୪୫୬୭ ତାରିଖ ୬-୭-୨୦ ପ୍ରକାରେ ଜୁଲାଇ ୭ ତାରିଖ ଠାରୁ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ପୋଲସରା ସହର ସଂପୂର୍ଣ୍ଣ ସଟ୍ ଡାଉନ୍ ରହିବ । ଏହି ସଟ୍ ସମୟରେ ହସପିଟାଲ ଓ ମେଡ଼ିସିନ ଷ୍ଟୋର ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିବ । ଯଦି ଏକ ଶହ ମିଟର ମଧ୍ୟରେ ଏକାଧିକ ଔଷଧ ଦୋକାନ ଥାଏ ତେବେ ସେହି ଦୋକାନ ଗୁଡିକ ପାଳିକରି କେବଳ ଗୋଟିଏ ଔଷଧ ଦୋକାନ ଖୋଲିବେ । ଏନେଇ ପୋଲସରା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ସମସ୍ତ ଜନସାଧାରଣଙ୍କୁ ସଚେତନ କରାବା ସହ ଜନଗହଳି ପୂର୍ଣ୍ଣ ସାହିର ପ୍ରବେଶ ପଥରେ ବାରିକଡ଼ ନିର୍ମାଣ କରି ସିଲ୍ କରାଯାଇଛି । ପୋଲସରା ସହରରେ ଥିବା ବିଭିନ୍ନ ଦୋକାନୀଙ୍କ ପଜିଟିଭ ଚିହ୍ନଟ ବୃଦ୍ଧି ପାଉଥିବା ବେଳେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ପୋଲସରା ସହରରକୁ ଛଅ ଦିନ ପାଇଁ ସଂପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରାଯାଇଛି ।
ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା