

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ଜିଲ୍ଲା ମୁନିଗୁଡା ନିକଟସ୍ଥ ଦୁଇଟି ଗ୍ରାମରେ ଦୁଇଟି ନକଲି ଗୁଟଖା କାରଖାନା ଠାବ କରାଯାଇଛି । ରାୟଗଡା ଜିଲା ଏସପି ଶ୍ରବଣ ବିବେକ ଏମ୍ ଙ୍କ ନିର୍ଦେଶକ୍ରମେ ମନୁଗିଡୁ ଥାନା ଏସଡିପିଓି ଚନ୍ଦ୍ରଶେଖର ହୋତା ଦଇୁ ଟି ଟିମ୍ଗଠନ କରି ମଙ୍ଗଳବାର ଭୋର ସମୟରେ ଏହି ଦୁଇଟି ନକଲି କାରଖାନ ଠାବ କରିବା ସହ ସେଠାରେ ଗୁଟଖା ତିଆରିରେ ବ୍ୟବହତୃ ହେଉଥିବା ସାମଗ୍ରୀ ଓ କେତଟି ମେସିନ ଜବତ କରିଛନ୍ତି । ମୁନିଗୁଡା ଠାରୁ ୧୨କି.ମି. ଦୂର ଟୁରିଗୁଡା ଗ୍ରାମ ଓ ଆଙ୍କୁରବାଲି ଗ୍ରାମରେ ଲୁକ୍କାୟିତ ଭାବେ ଏହି କାରଖାନା ଦୀର୍ଘ ୫ମାସ ହେବ ଚାଲିଥିଲା ବୋଲି ପୁଲିସ ପ୍ରକାଶ କରିଛି । ଏହି କାରଖାନାର ମାଲିକ ବ୍ରହ୍ମପୁର ଅଞ୍ଚଳର ଗୌରଶଙ୍କର ପତି ହୋଇଥିବା ବେଳେ କାରଖାନାରେ କାମ କରୁଥିବା ବଳରାମ ଗଉଡ, ମୋହନ ଗୁଡୁମ୍ଭୁକାକୁ ଅତି ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି । ଏହି କାରଖାନାରେ ନକଲି ଗୋକୁଳ ଡିଲକ୍ସ ମିକ୍ସ, ହରିଡାଖଣ୍ଡି ତିଆରି ହୋଇ ଫୁଲବାଣୀ, ବାଲିଗୁଡା, କୋଟଗଡ, ତୁମୁଡିବନ୍ଧ, କଳାହାଣ୍ଡି, ଭବାନୀପାଟଣା, ରାୟଗଡା, ଗୁଣପୁର ସହ ବାହାର ରାଜ୍ୟକୁ ଟ୍ରେନ୍ ଓ ବସ୍ ଯୋଗେ ଚାଲାଣ ହେଉଥିବା ଜଣାପଡ଼ିଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ

