

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ମାସ ୨୧ରୁ ୬୧ତମ ପୋଲିସ ସହିଦ ଦିବସ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ଆଜି ବ୍ରହ୍ମପୁରରେ ପୋଲିସ ସହିଦ ସପ୍ତାହ ପାଳନ କରାଯାଇଥିବା ବେଳେ ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଓ ସେମାନଙ୍କ ସ୍ମୃତିଚାରଣ ଉଦେଶ୍ୟରେ ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ଡ୍ୟୁଟିରତ ଦିବଙ୍ଗତ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହାସହ ବ୍ରହ୍ମପୁର ଏସ୍ ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ରହ୍ମପୁର ପୋଲିସ ପକ୍ଷରୁ ସହରରେ ଏକ ବ୍ୟାଣ୍ଡ୍ ଶୋଭାଯାତ୍ରା ସହ ପାଇପ ବ୍ୟାଣ୍ଡ ସୋ ଅନୁଷ୍ଠିତ କରାଯାଇଥିଲା । ଏଥିରେ ସହିଦ ପୋଲିସ କର୍ମଚାରୀଙ୍କ ସେବା ଓ କର୍ତ୍ତବ୍ୟ ସର୍ବଦା ଅତୁଳନୀୟ ଅଟେ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଡ଼ିଆଇଜି ସତ୍ୟବ୍ରତ ଭୋଇ, Adl.ଏସପି. ପି.କେ. ମିଶ୍ର, ଟ୍ରାଫିକ ଡିଏସପି ବିମଳ କାନ୍ତ ନାୟକ ଏବଂ ଆଇଆଇସି ସୁନୀଲ କୁମାର ବେହେରାଙ୍କ ସମେତ ବ୍ରହ୍ମପୁର ରିଜର୍ଭ ପୋଲିସ ମୁଖ୍ୟ ଦିଲୀପ କୁମାର ବେହେରାଙ୍କ ସହ ବ୍ରହ୍ମପୁର ପୋଲିସ ସଙ୍ଘର ସଭାପତି କାଳି ଚରଣ ଷଡଙ୍ଗୀ ଓ ସମ୍ପାଦକ ଶ୍ରୀନିବାସ ପାତ୍ରଙ୍କ ସମେତ ବ୍ରହ୍ମପୁର ଆରକ୍ଷୀ ପାଇପ୍ ବ୍ୟାଣ୍ଡର ହାବିଲଦାର ମଦନ ବେହେରା ଏବଂ ତାଙ୍କ ଟିମ୍ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



