ପ୍ରକାଶ ପାଇଲା ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରୀକ୍ଷା ଫଳ:ଟପର ଋତୁପର୍ଣ୍ଣା ମିଶ୍ର…

ଋତୁପର୍ଣ୍ଣା ମିଶ୍ର

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି । ଗତବର୍ଷ ଅପେକ୍ଷା ଏଥର ସମସ୍ତ ବିଭାଗରେ ପାସ୍‌ହାର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । କଳାରେ ପାସ୍‌ହାର ୮୭.୬୪% ରହିଥିବା ବେଳେ ବିଜ୍ଞାନରେ ୯୩.୨୧% ଓ ବାଣିଜ୍ୟରେ ୯୨.୬୧% ରହିଛି । ବିଜ୍ଞାନ ବିଭାଗରେ ପ୍ରଦାର୍ଥ ବିଜ୍ଞାନ ବିଷୟର ଛାତ୍ରୀ ଋତୁପର୍ଣ୍ଣା ମିଶ୍ର ସର୍ବାଧିକ ନମ୍ବର ରଖି ବିଭାଗ ଓ କଲେଜ ଟପର୍‌ ହୋଇଛନ୍ତି । ସେ କେବଳ ଅନର୍ସରେ ୧୩୧୬ ମାର୍କ ଓ ମୋଟ ଉପରେ ୨୩୪୨ ମାର୍କ ରଖିଛନ୍ତି । କଳା ବିଭାଗରେ ମନୋବିଜ୍ଞାନ ବିଭାଗ ଛାତ୍ରୀ ଇତିଶ୍ରୀ ଲେଙ୍କା ଓ ବାଣିଜ୍ୟ ବିଭାଗରେ ଆକାଉଣ୍ଟି˚ ବିଷୟର ଛାତ୍ରୀ କୁଞ୍ଜଲ୍‌ ମନୀଷ ଟଙ୍କ ଟପର‌୍‌ ହୋଇଛନ୍ତି । କଳା ବିଭାଗରେ ମୋଟ ୪୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୪୦ ଜଣ କୃତକାର୍ଯ୍ୟ ହୋଇଛନ୍ତି । ୨୦୭ ଜଣ ପ୍ରଥମ ଶ୍ରେଣୀ ଡିଷ୍ଟିଙ୍ଗସନରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୮ ଜଣ ପ୍ରଥମ, ୭୦ ଜଣ ଦ୍ଵିତୀୟ ଶ୍ରେଣୀ ଡିଷ୍ଟିଂସନ୍‌, ୯୮ ଜଣ ଦ୍ଵିତୀୟ ଶ୍ରେଣୀ, ୬ ଜଣ ବିନା ଅନର୍ସରେ ଡିଷ୍ଟିଂସନ୍‌ ଓ ୩୧ ଜଣ ବିନା ଅନର୍ସରେ କୃତକାର୍ଯ୍ୟ ହୋଇଛନ୍ତି । ଶିକ୍ଷା, ଭୂଗୋଳ ଓ ମନସ୍ତତ୍ବ ବିଜ୍ଞାନ ବିଭାଗରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ୪୮ ଜଣ ପରୀକ୍ଷାର୍ଥୀ ଫେଲ୍‌ ହୋଇଛନ୍ତି । ବିଜ୍ଞାନ ବିଭାଗରେ ୧୯୨ ଜଣ ପରୀକ୍ଷା ଦେଇଥିବା ବେଳେ ୧୭୭ ଜଣ ପାସ୍‌ କରିଛନ୍ତି । ୧୦୯ ଜଣ ପ୍ରଥମ ଶ୍ରେଣୀ ଡିଷ୍ଟିଂସନ, ୫୫ ଜଣ ପ୍ରଥମ, ୨ ଜଣ ଦ୍ବିତୀୟ ଶ୍ରେଣୀ ଡିଷ୍ଟିଂସନ, ୧୧ ଜଣ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗଣିତ ଓ ଷ୍ଟାଟିଷ୍ଟିକ୍ସରେ ସମସ୍ତେ ପାସ୍‌ କରିଛନ୍ତି । ବାଣିଜ୍ୟ ବିଭାଗରେ ୨୫୭ ଜଣ ପରୀକ୍ଷା ଦେଇଥିବା ବେଳେ ୨୩୮ ଜଣ ପାସ୍‌ କରିଛନ୍ତି । ୧୪୮ ଜଣ ପ୍ରଥମ ଶ୍ରେଣୀ ଡିଷ୍ଟିଂସନ, ୪୬ ଜଣ ପ୍ରଥମ, ୮ ଜଣ ଦ୍ଵିତୀୟ ଶ୍ରେଣୀ ଡିଷ୍ଟିଂସନ, ୩୬ ଜଣ ଦ୍ଵିତୀୟ ଶ୍ରେଣୀରେ ପାସ୍‌ କରିଛନ୍ତି । କୌଣସି ପରୀକ୍ଷାର୍ଥୀଙ୍କ ଫଳ ସ୍ଥଗିତ ହୋଇ ନ ଥିବା ବେଳେ ଏମ୍‌ପି(ମାଲପ୍ରାକ୍ଟିସ୍‌) ହୋଇଥିବାରୁ କଳା ବିଭାଗର ଜଣେ ପରୀକ୍ଷାର୍ଥୀଙ୍କ ଫଳ ସ୍ଥଗିତ ରହିଛି । ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସୁପ୍ରଭା ମିଶ୍ର ଓ ପରୀକ୍ଷା ନିୟନ୍ତ୍ରକ ଡ. ସନ୍ଦୀପ କୁମାର ରାୟ, ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ମୁଖ୍ୟ ନଳୀନ୍‌ ପାତ୍ର ପ୍ରମୁଖ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ ।

ରିପୋର୍ଟ : ଆକାଶ ମିଶ୍ର