ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରକୃତିର ସୃଷ୍ଟି ବାସ୍ତିବିକ ବୈଚିତ୍ରମୟ । ବିଭିନ୍ନ ସ୍ଥାନରେ ଅବସ୍ତବ ବାସ୍ତବରେ ଦେଖାଦେବା, ଦୁର୍ଲଭ ଘଟଣା ଦୃଶ୍ୟ ହେବା, କିମିଆ କଲାପରି ଅନୁଭୂତ ହେବା ଘଟଣାମାନ ଦେଖିବାକୁ ମିଳିଥାଏ । ତାଙ୍କ ସୃଷ୍ଟିକୁ ବୁଝିବା କଷ୍ଟସାଧ୍ୟ ତଥାପି ବିଭିନ୍ନ ସମୟରେ ଓ ବିଭିନ୍ନ ସ୍ଥାନରେ ଏହା ପରିଲକ୍ଷିତ ହୁଏ । ଆଜି ଜଳେଶ୍ୱର ବଜାରର ଷ୍ଟେସନ ବଜାର ଜନୈକ ବ୍ୟବସାୟୀଙ୍କ ବଗିଚାରେ ଏକ ପଦ୍ମ ଫୁଲ ଫୁଟିଥିବା ଓ ତା ମଧ୍ୟରେ ଶିବଲିଙ୍ଗ ଥିବାର ଏକ ଅମୃତଭଣ୍ଡା ଦେଖିବାକୁ ମିଳିଛି । ମ୍ୟୁନିସିପାଲ୍ଟିର ୨ ନଂ ୱାର୍ଡ ପୂର୍ବତନ କାଉନ୍ସିଲର ତଥା ନବନିର୍ବାଚିତ ବଣିକ ସଂଘ ସଭାପତି ସୁଧିର କୁମାର ମହାନ୍ତିଙ୍କ ବଗିଚାରେ ଏକ ଅମୃତଭଣ୍ଡା ଗଛରେ ବହୁ ଫଳ ଧରି ଆସୁଛି । ଆଜି ସମସ୍ତ ଫଳ ତୋଳିଲାବେଳେ ଗୋଟିଏ ଅମୃତଭଣ୍ଡା ସମସ୍ତଙ୍କ ନଜରକୁ ଆସିଥିଲା । ତାହା ଦେଖିବାକୁ ଏକ ପଦ୍ମ ମଧ୍ୟରେ ଶିବଲିଙ୍ଗ ସଦୃଶ ଦେଖିବାକୁ ମିଳିଛି । ଏପରି ବୈଚିତ୍ର ଦେଖିବାକୁ ଆଜି ପ୍ରବଳ ଜନସମାଗମ ଲାଗି ରହିଛି । ଆସନ୍ତା ରବିବାର ଏହି ବିଚିତ୍ର ଅମୃତଭଣ୍ଡାକୁ ଷ୍ଟେସନବଜାରସ୍ଥିତ ଶିବମନ୍ଦିରରେ ଭୋଗ ଲଗାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା