ମୋହନା (ସମୃଦ୍ଧ ଓଡିଶା) ପାରିବାରିକ କଳହରୁ କରୁଣ ପରିଣତି, ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବାଘମାରୀ ପଞ୍ଚାୟତର ପେଜପାଣି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ବାପାକୁ କୁରାଡିରେ ଅତି ନିର୍ଦୟ ଭାବେ ହତ୍ୟା କରିଛି ପୁଅ । ମୃତକ ଜଣକ ହେଲେ ମୋହନା ଥାନା ଅନ୍ତର୍ଗତ ପେଜପାଣି ଗ୍ରାମର ଦୁର୍ମନ ସବର (୫୫)। ଗତକାଲି ସଂନ୍ଧ୍ୟାରେ ନିଜ ବାପାକୁ ବଡପୁଅ କେପାସ ଶବର କୁରାଡ଼ିରେ ହାଣି ହତ୍ୟା କରିବା ପରେ ନିଜେ ଯାଇ ଥାନାରେ ଆତ୍ମସମର୍ପଣ କରିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସୂଚନା ଅନୁଯାୟୀ ଦୁର୍ମନ ଶବର ଦୁଇଟି ସ୍ତ୍ରୀ ରଖିଥିବା ବେଳେ ଅନେକ ଦିନରୁ ଦୁଇ ସଉତୁଣୀଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା, ଦୁର୍ମନ ଶବର ଦ୍ବିତୀୟ ସ୍ତ୍ରୀ ପୁଷ୍ପାଞ୍ଜଳି ଶବର ପାଖରେ ରହୁଥିଲେ, ଦୁଇଜଣ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ଦ୍ଵିତୀୟ ସ୍ତ୍ରୀ ସହ ସ୍ୱାମୀ ଦୁର୍ମନ ମିଶି ଶୁକ୍ରବାର ଦିନ ପ୍ରଥମ ସ୍ତ୍ରୀକୁ ମାରିବାକୁ ଉଦ୍ୟମ କରୁଥିଲେ । ଏ ଘଟଣା ପ୍ରଥମ ସ୍ତ୍ରୀର ପୁଅ ଜାଣିବା ପରେ ପ୍ରତିହିଂଶା ଭାବେ ଗତକାଲି ଗାଁ ତଳେ ନିଛାଟିଆ ଯାଗାରେ ପୁଅ କପାସ ଶବର ନିଜ ବାପାକୁ ଟାଙ୍ଗିଆରେ ହତ୍ୟା କରିଥିଲା, ପରବର୍ତ୍ତି ସ୍ଥଳେ ପ୍ରଥମ ସ୍ତ୍ରୀ ଥାନାରେ ଦ୍ବିତୀୟ ସ୍ତ୍ରୀର ଦୁଇ ପୁଅ ନାଁରେ ଏତଲା ଦେଇଥିବା ବେଳେ ବଡ ପୁଅ କପାସ ଥାନାରେ ନିଜେ ମାରିଥିବା କୁରାଢ଼ି ସାଥିରେ ନେଇ ଆତ୍ମସମର୍ପଣ କରିଛି । ତେବେ ଘଟଣା ସ୍ଥାନରେ ଆର ଉଦୟଗିରି ଏସଡିପିଓ ଅଶୋକ ମହାନ୍ତି ଓ ଥାନାଅଧିକାରୀ ସୁଜିତ ନାୟକ ସଦଳବଳେ ପହଞ୍ଚି ତଦନ୍ତ କରୁଛନ୍ତି ।
ରିପୋର୍ଟ : ଆଦିତ୍ୟ ପଟ୍ଟନାୟକ