ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ମହାନ ଜନ ନାୟିକା ନନ୍ଦିନୀ ଦେବୀଙ୍କ ୮୮ ତମ ଜୟନ୍ତୀ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲଠାରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ମହାନ ଜନ ନାୟିକା ନନ୍ଦିନୀ ଦେବୀଙ୍କ ୮୮ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଓଡିଶା ସାହିତ୍ୟ ଏକାଡେମୀରେ ସଦସ୍ୟ ପଣ୍ଡିତ ମନୋରଞ୍ଜନ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ସାହିତ୍ୟିକ ଶ୍ରୀମତୀ ପ୍ରବାସୀନି ମହାଙ୍କୁଡ କହିଲେ ଯେ ମହିୟସୀ ମହିଳା ତଥା ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ସୁ ସାହିତ୍ୟିକ ନନ୍ଦିନୀ ଦେବୀ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ସେ ସାଲିମ ବାହୀନ ନେତ୍ରୀ ତଥା ସୁ ସାହିତ୍ୟିକା ଥିଲେ । ନାରୀନେତ୍ରୀ ସାଗରୀକା ମିଶ୍ର ଅତିଥି ଭାବରେ ଯୋଗଦାନ କରି ନନ୍ଦିନୀ ଦେବୀଙ୍କ ଅବଦାନ ଉପରେ ଆଲୋଚକ କରିଥିଲେ । ସାହିତ୍ୟ ଏକାଡେମୀ ସଦସ୍ୟ ମନୋରଞ୍ଜନ ନନ୍ଦ କହିଲେ ଯେ ନନ୍ଦିନୀ ଦେବୀ ଥିଲେ ବାସ୍ତବରେ ଅଗ୍ନିକନ୍ୟା । ଓଡ଼ିଆ ସାହିତ୍ୟିକ ସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସାମ୍ୟବାଦ ଚେତନାରେ ପ୍ରଭାବିତ ହୋଇ ଗରିବ ଜନତାର ସେବା କରି ରାଷ୍ଟ୍ରର ଜଣେ ଜନ ନାୟୀକା ଭାବେ ପରିଚିତ ହୋଇ ପାରିଛନ୍ତି । ଏ ଅବସରରେ ସମାଜ ଗଠନରେ ନାରୀର ଭୂମିକା ଶୀର୍ଷକ ଆଲୋଚନା ଚକ୍ରରେ ମେଧାବୀ ଛାତ୍ର ମଙ୍ଗରାଜ ମହାପାତ୍ର ଛାତ୍ରୀ ଆଦ୍ୟାଶୀ ନନ୍ଦ ଯୁକ୍ତି ଯୁକ୍ତ ମତାମତ ଉପସ୍ଥାପନା କରିଥିଲେ । ଏ ଅବସ୍ଥାରେ ନନ୍ଦିନୀ ଦେବୀ ସମ୍ମାନ ଅଥୟ କୁମାର ସାହୁ ଓ ଶ୍ରୀମତୀ ଶାନ୍ତିଲତା ମିଶ୍ରଙ୍କୁ ପ୍ରଦାନ କରାଯାଇଥିବା ବେଳେ ହେମାନ୍ତ କୁମାର ନାୟକ, ଅମରେଗା ମହାପାତ୍ର, ଅନୁପମ ଦେବାଶିଷ ମିଶ୍ର, ନୃତ୍ୟ ଗୁରୁ ଆଶିଷ କୁମାର ପାଲଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ଇଂ ମାନସ କୁମାର ନନ୍ଦ ସ୍ୱାଗତ ଭାଷଣ ଦେଇଥିବା ବେଳେ ଦେବୀ ପ୍ରସାଦ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଅପରାହ୍ନରେ ଶ୍ରୀମତୀ ସଂଯୁକ୍ତ ମିଶ୍ରଙ୍କର ଅଧିକ୍ଷତାରେ ଅନୁଷ୍ଠିତ କବିତା ପାଠ ଉତ୍ସବରେ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଅତିଥି ଭାବରେ ଯୋଗଦାନ କରିଥିଲେ । ମାସିତ ମାମି ମହାପାତ୍ର ଓ ପ୍ରଭାତୀ ମହାପାତ୍ର କବିତା ଗୁଡିକୁ ସଂଯୋଜକ କରିଥିଲେ । ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ନନ୍ଦିନୀ ଦେବୀଙ୍କ ଜୟନ୍ତୀ ପାଳନ କରାଯିବା ପାଇଁ ସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା । ଉତ୍ସବରେ ଢେଙ୍କାନାଳର ଶତାଧିକ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଯୋଗଦାନ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି