ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ମୃତକ ପରିବାରକୁ ଅର୍ଥ ରାଶି ପ୍ରଦାନ…

ଗୋପାଳପୁର (ସମୃଦ୍ଧ ଓଡିଶା) ଡୁରା ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ମୃତକ ପରିବାରକୁ ୨ଲକ୍ଷ ଟଙ୍କା ଅର୍ଥ ରାଶି ସହାୟତା ପ୍ରଦାନ କରାଯାଇଛି । ଡୁରା ଗ୍ରାମର କୃଷ୍ଣ ମହାଙ୍କୁଡଙ୍କ ପତ୍ନୀ ଝୁନୁ ମହାଙ୍କୁଡଙ୍କୁ ଦୁଇ ଲକ୍ଷ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଛି । ଅର୍ଥ ରାଶି ପ୍ରଦାନ ସମୟରେ ଡୁରା ବ୍ୟାଙ୍କର ମ୍ୟାନେଜର ବିଶ୍ୱନାଥ ପତିବନ୍ଦଲା, ସହକାରୀ ମ୍ୟାନେଜର ଜିତେନ୍ଦ୍ର କୁମାର ସାହୁ, ଡୁରା ପଞ୍ଚାୟତର ସମିତିସଭ୍ୟ ବବିତା ରାଉଳ, ଅହଲ୍ୟା ବେହେରା, ରଶ୍ମିତା ମହାଙ୍କୁଡ, ଜଗନ୍ନାଥ ରାଉଳ, ବି. ହେମଲତା ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା