ପ୍ରଧାନ ଶିକ୍ଷକଙ୍କୁ ମିଳିଲା ନାହିଁ କାନ୍ଧ : ସାମ୍ବାଦିକ ଓ ସମାଜସେବୀ କଲେ ଶବ ସତ୍କାର…

ଶେରଗଡ଼ (ସମୃଦ୍ଧ ଓଡିଶା) ଶେରଗଡ ଗ୍ରାମର ବଡ଼ ଦାଣ୍ଡ ସାହି ବାସିନ୍ଦା ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ପିତାମ୍ବର ପାଢ଼ୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ସେ ଦୀର୍ଘ ୧୦/୧୫ ଦିନ ଧରି ଜ୍ଵର, କାଶ ଭଳି ରୋଗରେ ପୀଡିତ ଥିଲେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଶ୍ରୀ ପାଢ଼ୀଙ୍କର ଦୁଇ ପୁଅ ଅନ୍ୟ ରାଜ୍ୟରେ ଥିବା ଯୋଗୁଁ ଗାଁର ଶେରଗଡ ଗ୍ରାମର କୌଣସି ଲୋକ କରୋନା ରୋଗରେ ମୃତ୍ୟୁ ମନେକରି କେହି ଛୁଇଁ ନ ଥିଲେ । ଶେଷରେ ଶେରଗଡ ସରପଞ୍ଚ ପ୍ରତିନିଧି ବାଲାଜୀ ପ୍ରଧାନ ପ୍ରଗତୀବାଦି/ପ୍ରମେୟ ସାମ୍ବାଦିକ ମେଘନାଦ ଦାସ ନିତିଦିନ ସାମ୍ବାଦିକ ଶଙ୍କର ପ୍ରସାଦ ପ୍ରଧାନ ସର୍ବ ସାଧାରଣ ସାମ୍ବାଦିକ ଅଜିତ କୁମାର ପଣ୍ଡା କିଟ ପିନ୍ଧି ଶବ ସତ୍କାର ପାଇଁ ଘରୋଇ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ପଠାଇଥିଲେ ।

ରିପୋର୍ଟ : ବିପ୍ଳବ ସେଠୀ