

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ମ୍ୟୁନିସିପାଲଟିରେ ଟାଉନ୍ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଏକ ତ୍ରୁଟିପୂର୍ଣ୍ଣ ଆଦେଶରେ ଡିଇଓ ନିଳମ୍ବନ ଓ ବଦଳି କରିବାକୁ ନେଇ ୨ ଦିନ ଧରି ଛାତ୍ରଛାତ୍ରୀ, ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀ ଚଳାଇଥିବା ଆନ୍ଦୋଳନ ଆଜି ୩ୟ ଦିବସରେ ପହଞ୍ଚିଛି । ୧ମ ଦିନରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସର ମଧ୍ୟରେ, ୨ୟ ଦିନ ଛାତ୍ରଛାତ୍ରୀମାନେ ଅଭିଭାବକମାନଙ୍କ ସହିତ ଫାଟକ ବାହାରେ ଓ ୫୭ତମ ରାଜ୍ୟ ରାଜପଥ ପାଶ୍ୱର୍ରେ ଆନ୍ଦୋଳନ ଚଳାଇ ଆସୁଥିବା ବେଳେ ପ୍ରଧାନ ଶିକ୍ଷକଙ୍କ ନିଳମ୍ବନ ଆଦେଶ ଓ ବଦଳି ପ୍ରତ୍ୟାହୃତ ନ ହେବା ଯାଏ ଏପରି ଆନ୍ଦୋଳନ ଚାଲୁ ରହିବ ବୋଲି ସେମାନେ ପ୍ରକାଶ କରିଥିଲେ । ଆଜି ସରସ୍ୱତୀ ପୂଜା ହୋଇଥିଲେ ମଧ୍ୟ ବିଦ୍ୟାଳୟରେ ୮/୧୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ । ଆନ୍ଦୋଳନ ଯୋଗୁଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଆସିନଥିବା ଅଭିଭାବକମାନେ କହିଛନ୍ତି । ଗତ ବୁଧବାର ଜଳେଶ୍ୱର ବ୍ଲକ ନୋଡାଲ ଶିକ୍ଷକ ମୂରଲୀ ପ୍ରଧାନ ଓ ଓଷ୍ଟାର ଜିଲା ସମ୍ପାଦକ ମନୋରଞ୍ଜନ ଦାସ ଘଟଣା ସ୍ଥଳକୁ ଯାଇ ଡିଇଓଙ୍କ ସହ ବାଲେଶ୍ୱରରେ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଆନ୍ଦୋଳନ ଯାଣି ବିଧାୟକ ଅଶ୍ୱିନୀ ପାତ୍ର ବାଲେଶ୍ୱର ଡିଇଓ ଙ୍କ ସହ ଆଲୋଚନା କରିବାସହ ଅତିଶୀଘ୍ର ସମସ୍ୟାର ସମାଧାନ କରିବାକୁ କହିଛନ୍ତି । ଆସନ୍ତା ଶୁକ୍ରବାର ଏ ସଂପର୍କରେ ଆନ୍ଦୋଳନକାରୀ ଓ ଜିଲାେ କତ୍ତୃପକ୍ଷ ଏହା କିପରି ସମାଧାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
ରିପୋର୍ଟ : ଭୂପତି କୁମାର ପରିଡା