ପ୍ରଫେସର ଡ. ହରିହର ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ଲବ୍ଧ ପ୍ରତିଷ୍ଠିତ ଗାଳ୍ପିକ ଔପନ୍ୟାସିକ ପ୍ରଫେସର ଡକ୍ଟର ହରିହର ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ଚାରଣ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଗୀତା ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ଚାରଣ ଶ୍ରଦ୍ଧାଞ୍ଜଳି ସଭାରେ ଫଲଗୁ ସାହିତ୍ୟ ସଂସଦର ସଭାପତି ପ୍ରଫେସର ଡକ୍ଟର ବିଷ୍ଣୁ ଚରଣ ଚୌଧୁରୀ ପୌରହିତ୍ୟ କରିଥିବା ବେଳେ ସମ୍ପାଦକ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପ୍ରଫେସର ଦାସ ରାଜନୀତି ବିଜ୍ଞାନ ବିଶାରଦ ତଥା ଶିକ୍ଷାବିତ୍ ଭାବରେ ଆମ ରାଜ୍ୟ ସମେତ ସମଗ୍ର ଦେଶରେ ଖୁବ ପରିଚିତ ଥିଲେ । ତାଙ୍କର ବହୁ ସନ୍ଦର୍ଭ ଜାତୀୟ ସ୍ତରର ପ୍ରତିଷ୍ଠିତ ପତ୍ର ପତ୍ରିକାରେ ପ୍ରକାଶ ପାଇଁ ଆସୁଥିଲେ । ଜଣେ ବିଜ୍ଞ ଶିକ୍ଷାବିତ୍ ଭାବରେ ସେ ଯେମିତି ଖ୍ୟାତି ଅର୍ଜନ କରିଥିଲେ ସାରସ୍ୱତ ସାଧନାରେ ନିମଗ୍ନ ରହି ସେପରି ରଚି ଯାଇଛନ୍ତି ଅନେକ ଗଳ୍ପ ଉପନ୍ୟାସ । ତାଙ୍କର ରଚନାବଳୀ ଖୁବ ଉଚ୍ଚକୋଟିର । ବିଶେଷ ଭାବରେ ସମାଜର ବିଭିନ୍ନ ଦିଗକୁ ଲକ୍ଷ୍ୟ କରି ତାଙ୍କର ରଚନା ସମୃଦ୍ଧ ହୋଇଥିଲା ଏବଂ ସର୍ବୋପରି ସେ ଜଣେ ସାଲିସ ବିଭିନ୍ନ ବ୍ୟକ୍ତି ଭାବରେ ବେଶ ଜଣାଶୁଣା ଥିଲେ ବୋଲି ବିଭିନ୍ନ ବକ୍ତା ମତବ୍ୟକ୍ତ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡକ୍ଟର ଜୟନ୍ତ କୁମାର ମହାପାତ୍ର, ପଲଗୁର ଉପଦେଷ୍ଟା ପ୍ରଫେସର ଡକ୍ଟର ବ୍ରଜମୋହନ ଶାସମଲ, କବି ବିପିନ୍ ନାୟକ, ଡକ୍ଟର ବିଦ୍ୟୁତ୍ ପ୍ରଭା ସାହୁ, ଅବସର ପ୍ରାପ୍ତ ବରିଷ୍ଠ ପ୍ରଶାସକ ରଘୁନାଥ ପାତ୍ର,ଭେଷଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଚରଣ ପଣ୍ଡା ‌ଦୈନିକ ଖବର ସମାଜର ବ୍ରହ୍ମପୁର ମୁଖ୍ୟ ତଥା ଲୋକ ସେବକ ମଣ୍ଡଳର ଆଜୀବନ ସଭ୍ୟ ରାଜେନ୍ଦ୍ର କୁମାର ଜେନା ଫଲଗୁ ସାହିତ୍ୟ ସଂସଦର ଯୁଗ୍ମ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ, ସନ୍ତୋଷ କୁମାର ଦାସ, ଡ଼. ନାରାୟଣ ପଣ୍ଡା, କଳିଙ୍ଗ ଟିଭିର ଜିଲ୍ଲା ମୁଖ୍ୟ ପ୍ରକାଶକ ପଟ୍ଟନାୟକ, ୟୁଟିଭି ତଥା ଅନୁପମ ଭାରତର ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ, ଦୈନିକ ସମ୍ବାଦର ଲକ୍ଷ୍ମୀ କାନ୍ତ ବେଜ ପ୍ରଫେସର ଦାସଙ୍କ ପତ୍ନୀ ଶ୍ରୀମତୀ ଶାନ୍ତିଲତା, ପୁତ୍ର ଶାଶ୍ବତ, ପୁତ୍ର ବଧୁ ଶ୍ରୀମତୀ ନିହାରିକା, କନ୍ୟା ସସ୍ମିତା ନାତି ଅଂଶୁମାନଙ୍କ ସମେତ ପରିବାର ବର୍ଗ ଏବଂ ସହରର ବୁଦ୍ଧିଜୀବୀ ସାହିତ୍ୟିକ ଶିକ୍ଷାବିତ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା