ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରବାସୀ ଓଡିଆଙ୍କ ଲାଗି ପ୍ରତିଦିନ ପ୍ରଶାସକଙ୍କ ଗାଇଡ ଲାଇନ୍ ବଦଳିବାରେ ଲାଗିଛି । ଆଜି ଏକ ନୂତନ ଗାଇଡ ଲାଇନ୍ରେ ସ୍ୱାବ ଟେଷ୍ଟର ତରିକା ସଂପର୍କରେ ପ୍ରକାଶ ପାଇଛି । ଏହା ଅନୁଯାୟୀ ଗର୍ଭବତୀ ମହିଳା, ଅସୁସ୍ଥ ହାଇପାର ଟେନ୍ସନ, ହୃଦ୍ରୋଗ ଇତ୍ୟାଦିରେ ମହିଳା ଜଣକ ଭୋଗୁଥିଲେ ତାଙ୍କୁ ତାଙ୍କ ନିଜ ଘରେ ହୋମ କ୍ୱରାଣ୍ଟାଇନ୍ରେ ରଖାଯିବା ସହିତ ସେମାନଙ୍କ ସ୍ୱା ଟେଷ୍ଟ ଜରୁରୀ ବୋଲି ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ସେହିପରି ୫ବର୍ଷରୁ କମ୍ ପୁଅଝିଅ ହୋମ କ୍ୱାରାଣ୍ଟାଇନ୍ରେ ରହିବା ସହିତ ସେମାନଙ୍କ ସ୍ୱା ଟେଷ୍ଟର ବ୍ୟବସ୍ଥା ହେବ । ଟିଏମ୍ସିରେ ରହୁଥିବା ବ୍ୟକ୍ତି ବିଶେଷ ସମସ୍ତଙ୍କ ସ୍ୱାବ ଟେଷ୍ଟ ନ ହେବାକୁ ଗାଇଡ୍ ଲାଇନ୍ରେ କୁହାଯାଇଛି । ୨୮ଦିନ ରହିବା କାଳରେ ଲକ୍ଷଣ ପ୍ରକାଶ ପାଇଲେ ସେମାନଙ୍କୁ ଜିଲା କୋଭିଦ୍ ଚିକିତ୍ସାଳୟକୁ ପଠାଯିବ । ସେଠାରେ ସ୍ୱାବ ଟେଷ୍ଟ ସହିତ ପଜେଟିଭ୍ ଦେଖାଦେଲେ କଟକ କିମ୍ବା ଭୁବନେଶ୍ୱର ବଡ ଡାକ୍ତରଖାନାକୁ ପଠାଯିବ । ସ୍ୱାବ ଟେଷ୍ଟ ନେଗେଟିଭ୍ ହେଲେ ସେମାନେ ହୋମ କ୍ୱାରାଣ୍ଟାଇନ୍ରେ ରହିପାରେିବେ । କିନ୍ତୁ ତାଙ୍କ ଘର ବାରଣ୍ଡାରେ ସେ ଘରେ ବାହାରୁ ଆସିଥିବା ଜଣେ ବ୍ୟକ୍ତି ରହୁଥିବାର ଘୋଷଣା କାନ୍ଥରେ ଲଗାଯିବା ସଂପର୍କରେ ଆଜି ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା