ପ୍ରସ୍ତୁତ କରନ୍ତୁ ପାଳଙ୍ଗ ପୁରି…

ଆବଶ୍ୟକୀୟ ସାମଗ୍ରୀ — ପାଳଙ୍ଗ ୫୦୦ଗ୍ରାମ, ଅଟା ୫୦୦ଗ୍ରାମ, ଅଦା, ବେସନ ୨ଚାମଚ, ଜିରା ଅଳ୍ପ, ଜିରା ଗୁଣ୍ଡ ଅଳ୍ପ, ଲଙ୍କାଗୁଣ୍ଡ, ଗରମ ମସଲା, ତେଲ, ସ୍ୱାଦ ଅନୁସାରେ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ — ପାଲଙ୍ଗ ପୁରି ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ପାଳଙ୍ଗ ଓ ଅଦାକୁ ବିନା ପାଣି ଦେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ଏକ ପାତ୍ରରେ ଅଟା, ବେସନ, ଜିରା, ତେଲ, ଜିରାଗୁଣ୍ଡ, ଲଙ୍କାଗୁଣ୍ଡ, ଗରମ ମସଲା ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏହାପରେ ପୂର୍ବ ପ୍ରସ୍ତୁତ ପେଷ୍ଟ ମିଶାଇ ଭଲ ଭାବେ ଚକଟନ୍ତୁ । ଭଲଭାବେ ଚକଟି ହୋଇଗଲା ପରେ କିଛି ସମୟ ଏକ ସୁତା କପଡ଼ାରେ ଗୁଡ଼ାଇ ରଖି ଦିଅନ୍ତୁ । କିଛି ସମୟ ପରେ ଏହାକୁ ବାହାର କରି ଛୋଟ ଛୋଟ ଗୁଳା କରି ବେଲି ଦିଅନ୍ତୁ । ବର୍ତ୍ତମାନ ଏକ ପ୍ୟାନରେ ତେଲ ଗରମ କରି ଏହାକୁ ଛାଣି ଦିଅନ୍ତୁ । ଏହାକୁ ଯେକୌଣସି ଚଟଣି କିମ୍ବା ତରକାରୀ ଲଗାଇ ଖାଇ ପାରିବେ ।