ପ୍ରାଇସ, ପ୍ରେଷ୍ଟିଜ, ପେନସନ ଦାବିରେ ନବ ନିର୍ମାଣ କୃଷକର ଆନ୍ଦୋଳନ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଭାରପ୍ରାପ୍ତ ଅଧିକାରୀ ସଦର ଥାନା ଜରିଆରେ ପ୍ରାଇସ, ପ୍ରେଷ୍ଟିଜ, ପେନସନ ଦାବିରେ ନବ ନିର୍ମାଣ କୃଷକ ଆନ୍ଦୋଳନରେ ବସିଛନ୍ତି । ନବ ନିର୍ମାଣ କୃଷକ ସଙ୍ଗଠନ ଅଜାକୁ ଦିର୍ଘ ବର୍ଷ ଧରି ଓଡ଼ିଶାର ଚାଷୀମାନଙ୍କ ହିତ ପାଇଁ ଲଢେଇ ଜାରି ରଖିଛି । ଏଥିପାଇଁ ରାଜ୍ୟ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସଭା, ଶୋଭାଯାତ୍ରା ଆନ୍ଦୋଳନ କରି ଚାଷୀମାନଙ୍କ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ପାଇଁ ଜାରି ରଖିଥିଲେ ମଧ୍ୟ ଅଦ୍ୟାବଧି ସରକାରଙ୍କ ତରଫରୁ କୌଣସି ପ୍ରକାର ପ୍ରୋତ୍ସାହନ ଘୋଷଣା କରାଯାଇନାହିଁ । ଏଥି ନିମନ୍ତେ ଗତ ଅକ୍ଟୋବର ୨୯ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ସମଗ୍ର ଓଡିଶାରୁ ଚାଷୀମାନେ କୁଆଖିଆରୁ ଭୁବନେଶ୍ୱର ଓ ବାଲୁଗାଁରୁ ଭୁବନେଶ୍ୱର ଦୀର୍ଘ ୮ ଦିନ ପାଦ ଯାତ୍ରାରେ ଶାନ୍ତିପୂର୍ଣ୍ଣ ଭାବେ ସରକାରଙ୍କ ଠାରେ ଚାଷୀମାନଙ୍କ ଦାବି ଉପସ୍ଥାପନ ପାଇଁ ଯାଉଥିବା ବେଳେ ସରକାର ଅତି ନିର୍ମମ ଭାବେ ରାଜଧାନୀ ଉପକଣ୍ଠ ତଥା ହଂସପାଳ ଓ ତମାଣ୍ଡରେ ଶହେ ଚଉଦ ଧାରା ଲାଗୁ କରି ଚାଷୀମାନଙ୍କୁ ହଇରାଣ ହରକତ କରାଇ ରାଜଧାନୀକୁ ପୁରାଇ ଦେଲେ ନାହିଁ । ତେଣୁ ଚାଷୀମାନେ ସାମୁହିକ ଭାବେ, ଗାଁ ପଞ୍ଚାୟତ ବ୍ଲକ, ଥାନା, ଏପରିକି ଜିଲ୍ଲା ସ୍ତରରେ ଧାନ କ୍ୱିଣ୍ଟାଲ ଟଙ୍କା ୫୦୦୦ ଏବଂ ଚାଷୀ ପେନସନ ଟଙ୍କା ୫୦୦୦ ତଥା ଚାଷୀମାନଙ୍କ ପ୍ରେଷ୍ଟିଜ ପାଇଁ ଦୃଢ ସଂକଲ୍ପ ନେଇ ଆନ୍ଦୋଳନ ଜାରି ରଖିବାକୁ ସରକାର ବାଧ୍ୟ କରୁ ଅଛନ୍ତି ।

ରିପୋର୍ଟ : ଶୁଭମ କୁମାର ପାଣି