ପ୍ରାଥମିକ ଆକଳନରେ ଗଞ୍ଜାମ ଜିଲ୍ଲାରେ ୬୬ କୋଟି ୯୭ ଲକ୍ଷ ୪୪ ହଜାର ଟଙ୍କାର କ୍ଷତି:ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଫନୀ ମହାବାତ୍ୟାରେ ଗଞ୍ଜାମ ଜିଲ୍ଲାରେ ୬୬ କୋଟି ୯୭ ଲକ୍ଷ ୪୪ ହଜାର ଟଙ୍କାର କ୍ଷତି ହୋଇଥିବା ପ୍ରାଥମକି ଆକଳନରୁ ଜଣାପଡିଥିବା ସୂଚନା ମିଳିଛି । ତେବେ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସର୍ଭେ କରୁଥିବା କୁହାଯାଇଛି । ଖବୁ ଶୀଘ୍ର ଚୂଡାନ୍ତ ଆକଳନ ରିପୋର୍ଟ ପ୍ରସ୍ତୁତ ହେବ ବୋଲି ଜିଲ୍ଲାପାଳ ବିଜୟ ଅମତୃ କୁଲାଙ୍ଗେ କହିଛନ୍ତି । ଏହାସହ ସେ ସୂଚନା ଦେଇଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ଆକଳନରେ ଜିଲ୍ଲାର ୨୩୪୨ ହେର୍କଟର ଜମିରେ ହୋଇଥିବା କୃଷି ଓ ଉଦ୍ୟାନ ଫସଲ କ୍ଷତି ଘଟିଛି । ଏହି ବାତ୍ୟାରେ ୭ ଗାଈ ଓ ମଇଁଷି, ୨ ବଳଦ, ୧୨ ଶାବକ, ୪୫୮୫ କୁକୁଡ଼ା ମରିଯାଇଛନ୍ତି । ଏଥିସହ ବାତ୍ୟାରେ ରାସ୍ତା ଓ କୋଠାବାଡି ବିଭାଗର ବିଭିନ୍ନ କୋଠା ଓ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଏହାର କ୍ଷତି ୧୮ କୋଟି ୨୩ ଲକ୍ଷ ୧୫ ହଜାର ଟଙ୍କା ବୋଲି ପ୍ରାଥମିକ ଆକଳନରେ ଜଣାପଡିଛି । ଭଞ୍ଜନଗର ଜନସ୍ୱାସ୍ଥ୍ୟ ଡିଭିଜନର ୧୨ ପ୍ରକଳ୍ପର କ୍ଷତି ହୋଇଥିବା ବେଳେ ଏହାର କ୍ଷତି ୫୦ ଲକ୍ଷ ବୋଲି କୁହାଯାଇଛି । ସାଉଥକୋର ୧୨ କୋଟି ୪୪ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ବେଳେ ଚିକିଟି ବକ୍ଲ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର, ସ୍କଲୁ କୋଠା ଓ ରାସ୍ତା ଭାଙ୍ଗି ୧୯ କୋଟି ୯୭ ଲକ୍ଷ ୯୧ ହଜାର ଟଙ୍କାର କ୍ଷତି, କବିସୂର୍ଯ୍ୟନଗରରେ କଲଭଟର୍ ଭାଙ୍ଗି ୧କୋଟି ୯୪ ଲକ୍ଷ ଟଙ୍କାର କ୍ଷତି, ବିଭିନ୍ନ ସହରାଞ୍ଚଳରେ ୭କୋଟି ୯ ଲକ୍ଷ ଟଙ୍କାର କ୍ଷତି, ବିଭିନ୍ନ ଆଶ୍ରମ ସ୍କୁଲ ଭାଙ୍ଗି ୩୦ ଲକ୍ଷ ୬୦ ହଜାର ଟଙ୍କାର କ୍ଷତି ହୋଇଥିବା ବେଳେ ୧୦୨୨ ଘର ମଧ୍ୟ ଭାଙ୍ଗିଯାଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା