ପ୍ରାଥମିକ ଶିକ୍ଷକଙ୍କୁ ସହାୟତା ଘୋଷଣା …

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଶିକ୍ଷକ ମାନଙ୍କ ପାଇଁ ରାଜ୍ୟ ସରକାର ସହାୟତା ଘୋଷଣା କରିଛନ୍ତି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ରାଜ୍ୟରେ ଥିବା ବେସରକାରୀ ହାଇସ୍କୁଲ, ଏମ.ଇ ସ୍କୁଲ, ୟୁ.ପି. ସ୍କୁଲ, ସଂସ୍କୃତ ଶିକ୍ଷକ ମାଦ୍ରାସା ସ୍କୁଲର ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ସହାୟତା ରାଶି ଯୋଗାଇ ଦିଆଯିବ । ଉଲ୍ଲେଖ କରାଯାଇଛି ଯେ, ଶିକ୍ଷକ ବା କର୍ମଚାରୀମାନେ ଭିନ୍ନକ୍ଷମ ହେଲେ ସେମାନଙ୍କୁ ଏହି ସହାୟତା ବାବଦରେ ଦେଢ଼ ଲକ୍ଷ ଟଙ୍କା ଏବଂ ମୃତ୍ୟୁବରଣ କଲେ ଦୁଇ ଲକ୍ଷଟଙ୍କା ଦିଆଯିବ ।

ରିପୋର୍ଟ : ଆକାଶ ମିଶ୍ର