ପ୍ରେସ କ୍ଳବ୍ ବ୍ରହ୍ମପୁରର ନିର୍ବାଚନ ଫଳାଫଳ:ସଭାପତି ଭାବରେ ଅଶୋକ ବ୍ରହ୍ମା, ସମ୍ପାଦକ ଭାବରେ ପ୍ରହଲ୍ଲାଦ ସାହୁ ନିର୍ବାଚିତ

ବ୍ରହ୍ମପୁର – ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ପ୍ରେସ କ୍ଳବ୍ ବ୍ରହ୍ମପୁର ନିର୍ବାଚନ-୨୦୨୪ ର ଆଜି ମତଦାନ ରହିଥିବା ବେଳେ ଭୋଟଦାନ ଗଣତି ପରେ ଫଳାଫଳ ଘୋଷଣା କରାଯାଇଛି। ମତଦାନ ଫଳାଫଳ ଘୋଷଣା ପରେ ପ୍ରେସ କ୍ଳବର ସଭାପତି ଭାବରେ ଅଶୋକ କୁମାର ବ୍ରହ୍ମା ୭୦ ଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଶକ୍ତିଧର ରାଜଗୁରୁ ୫୮ ଟି ଭୋଟ ଶରତ କୁମାର ସି° ୧୯ ଗୋଟି ଭୋଟ ପାଇଥିବା ଘୋଷଣା କରାଯାଇଥିଲା । ସେହିପରି ଉପସଭାପତି ଭାବରେ ଅଭୟ କୁମାର ପାଢ଼ୀ ୭୫ ଗୋଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ଶିବରାମ ଚୈଧୁରୀ ୪୯ ଖଣ୍ତ ଭୋଟ ,ସତ୍ୟଚେତନ ପରିଡା ୧୫ ଖଣ୍ଡ ଏବଂ ଅଭିଜିତ କର ୯ ଟି ଭୋଟ ପାଇଥିଲେ । ସମ୍ପାଦକ ପଦବୀରେ ପ୍ରହଲ୍ଲାଦ ସାହୁ ୬୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଆଲୋକ କୁମାର ସାହୁ ୩୬ ଗୋଟି ଭୋଟ , ଶାନ୍ତନୁ ରଣା ୩୩ ଖଣ୍ଡ ଭୋଟ ,ସୁଦୀପ କୁମାର ସାହୁ ୧୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ।ସେହିପରି ସହ ସମ୍ପାଦକ ଭାବରେ ଡି.ଗୋପାଳ କୃଷ୍ଣ ରେଡି ୫୯ ଗୋଟି ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଗୈରୀଶଙ୍କର ମିଶ୍ର ୫୦ ଗୋଟି ଭୋଟ ପାଇଥିବା ବେଳେ ସମୀର କୁମାର ରଥ ୩୮ ଗୋଟି ଭୋଟ ପାଇଥିଲେ । କୋଷାଧ୍ୟକ୍ଷ ପଦବୀ ପାଇଁ ଶିବ ନାରାୟଣ ପଣ୍ଡା ୮୯ ଗୋଟି ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଇତିଶ୍ରୀ ସମାପିକା ମହାନ୍ତି ୫୭ ଗୋଟି ଭୋଟ ପାଇଥିବା ଘୋଷଣା କରାଯାଇଛି । ଆଜିର ମତଦାନ ସମୟରେ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବରେ ବ୍ରହ୍ମପୁର ତହସିଲଦାର ତଥା ନିର୍ବାଚନ ଅଧିକାରୀ କ୍ଷୀରୋଦ ବିହାରୀ ନାଗ, ନିର୍ବାଚନ ଅଧିକାରୀ ଭାବରେ ଡା.ଭି ରାଜେନ୍ଦ୍ର ରାଜୁ , ମିହୀର ତ୍ରିପାଠୀ, ଅରୁଣ କୁମାର ମିଶ୍ର, ଅଚ୍ୟୁତାନନ୍ଦ ପାଢୀ ,ଉଦୟ ନାଥ‌ ହୋତା ଯୋଗ ଦେଇଥିଲେ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା