ପ୍ଲାଷ୍ଟିକ ମୁକ୍ତ ସଚେତନତା ଲାଗି ସାଇକେଲରେ ପଶ୍ଚିମବଙ୍ଗରୁ ଲଦାଖ ଯାତ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତ ଆଜାଦିର ୭୫ବର୍ଷ ପୁର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଦେଇଥିବା ବାର୍ତ୍ତାକୁ ପ୍ରଚାର କରିବା ଲାଗି ପଶ୍ଚିମବଙ୍ଗର ଜଣେ ଯୁବକ ଗତକାଲି ଶୁକ୍ରବାର ନନ୍ଦିଗ୍ରାମରୁ ଲଦାଖ ସାଇକେଲ ଶୋଭାଯାତ୍ରା କରିଛନ୍ତି । ଘଟଣାରୁ ପ୍ରକାଶ ସେକ୍ ଆସିକ୍ ଇକ୍‌ବାଲ ନାମକ ଜଣେ ଯୁବକ ପଶ୍ଚିମବଂଗର ନନ୍ଦିଗ୍ରାମରୁ ବାହାରି ଦୀଘା ଓ ଆଜି ପୂର୍ବାହ୍ନ ୧୦ଟାରେ ଜଳେଶ୍ୱର ଉପକଣ୍ଠରେ ପହଞ୍ଚିଥିଲେ । ପ୍ଲାଷ୍ଟିକମୁକ୍ତ ଭାରତ ନିର୍ମାଣର ସଚେତନତା ଲାଗି ସେ ସାଇକେଲରେ ବିଭିନ୍ନ ରାଜ୍ୟ ଅତିକ୍ରମ କରି ସଚେତନତା ସୃଷ୍ଟି କରିବେ ବୋଲି କହିଛନ୍ତି । ଓଡିଶା, ଆନ୍ଧ୍ର, ତାମିଲନାଡୁ, କେରଳ, କର୍ଣ୍ଟାଟକ, ମହାରାଷ୍ଟ, ଗୁଜୁରାଟ, ରାଜସ୍ଥାନ, ପଞ୍ଜାବ, ହିମାଚଳପ୍ରଦେଶ, ଜାମୁ କାଶ୍ମିର ଦେଇ ଲଦାଖରେ ପହଞ୍ଚିବେ ବୋଲି ସେ ସୂଚନା ଦେଇଛନ୍ତି । ସାଢେ ୪ମାସ ଏହି ସାଇକେଲ ଯାତ୍ରାରେ ଏ ସମସ୍ତ ରାଜ୍ୟ ଅତିକ୍ରମ କରି ସଚେତନତାର ବାର୍ତ୍ତା ପ୍ରଚାର କରିବେ ବୋଲି ସାମ୍ବାଦିକ ମାନଙ୍କୁ କହିଛନ୍ତି । ପେସାରେ ସେ ଦର୍ଜି ହୋଇଥିଲେ ମଧ୍ୟ ଜନସଚେତନତା ଓ ମାତୃଭୂମିର ସେବା କରିବାକୁ ସଂକଳ୍ପ ନେଇ ଯାତ୍ରା ଆରମ୍ଭ କରିଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି ପରିଡା