ଛତ୍ରପୁର(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଫଟୋଗ୍ରାଫି ସମ୍ପର୍କିତ ଜ୍ଞାନ କୌଶଳ କର୍ମଶାଳା ଛତ୍ରପୁରସ୍ଥ ସାଇ ଆଙ୍ଗନ ପରିସରରେ ରବିବାରଦିନ ଅନୁଷ୍ଠିତ ହୋଇଯାଇଛି ।ଛତ୍ରପୁର ଫୋଟଗ୍ରାଫର ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ ଆସୋସିଏସନର ସଭାପତି କୃଷ୍ଣଚନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଫଟୋଗ୍ରାଫି ତାଲିମ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ କର୍ମଶାଳାର ମହତ୍ତ୍ୱ ଉପରେ ପ୍ରତିପାଦନ କରିଥିଲେ । ଯୁଗପଯୋଗୀ ଫୋଟ ଓ ଭିଡିଓ ଗ୍ରାଫି ଏବଂ ଆଧୁନିକକରଣ ଜ୍ଞାନ କୌଶଳ ମାଧ୍ୟମରେ ନୂତନ ଯୁବପିଢୀମାନଙ୍କୁ ଆକୃଷ୍ଟ କରିବା ଭଳି ଫୋଟ ଉଠାଇବା ଶୈଳୀ ଉପରେ ଅନେକ ଫୋଟୋ ଗ୍ରାଫେରଙ୍କୁ ଉନ୍ନତ ବିଶେଷଜ୍ଞଙ୍କ ଦ୍ଵାରା ମାର୍ଗ ଦର୍ଶନ ଦିଆଯାଇଥିଲା । ଏହି କର୍ମଶାଳା ରେ ଛତ୍ରପୁର,ବ୍ରହ୍ମପୁର, ଇଚ୍ଛାପୁର, ଗଞ୍ଜାମ ଏବଂ ଆଖପାଖ ଅଞ୍ଚଳର ଫଟୋଗ୍ରାଫେରମାନେ ଯୋଗଦେଇ ଫୁଜି-ଫିଲ୍ମ ର କେମେରା ରୁ କ୍ୱାଲିଟି ଫଟୋ ଉତ୍ତୋଳନ କରିବାର ଜ୍ଞାନ କୌଶଳ ଉପରେ ତାଲିମ ଦିଆଯାଇଥିଲା । କର୍ମଶାଳାରେ ଫୁଜି ଫିଲ୍ମ ଇଣ୍ଡିଆ ର ଆସିଷ୍ଟାଣ୍ଡ ରାକେଶ ସୋନି, ଟେକନୋଲୋଜି ଅଫିସର ଦେବେଶ୍ ପଟ୍ଟନାୟକ, ମେଣ୍ଟର ମିଥୁନ ଜେନା ପ୍ରମୁଖ ଯୋଗଦେଇ ଫୋଟଗ୍ରାଫି ଓ ଭିଡିଓ ଗ୍ରାଫି ବିଷୟରେ ତାଲିମ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏହି ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ଶୁଭେଚ୍ଛା ଜଣାଇ ପରିଚୟ ପ୍ରଦାନ କରାଯାଇ ଆନୁଷ୍ଠାନିକ ସଭାରମ୍ଭ ହୋଇଥିଲା । ଛତ୍ରପୁର ଫଟୋଗ୍ରାଫେର ଆସୋସିଏସନର ଉପଦେଷ୍ଟା ପ୍ରଶାନ୍ତ କୁମାର ମହାରଣା ସଭା ପରିଚାଳନା କରିଥିବାବେଳେ ସମ୍ପାଦକ ଦିଲୀପ କୁମାର ସାମଲ ଶେଷରେ ଧନ୍ୟବାଦ ଜଣାଇଥିଲେ ।ସମସ୍ତ କାର୍ଯ୍ୟକ୍ରମ କୁ ଉପଦେଷ୍ଠା ତଥା ବରିଷ୍ଠ ଫଟୋଗ୍ରାଫେର କାମାକ୍ଷୀ ପ୍ରସାଦ ପଣ୍ଡା ଓ ଅଶୋକ କୁମାର ରଥ, ଲୋକନାଥ ମହାରଣା, ଉପସଭାପତି ପି. ଲଳିତ କୁମାର, ଯୁଗ୍ମ ସମ୍ପାଦକ ବିକ୍ରମ କୁମାର ବେହେରା, କୋଷାଧ୍ୟକ୍ଷ ସି. ହରଗୋପାଳ ଓ ସହକାରୀ କୋଷାଧ୍ୟକ୍ଷ ଗିରୀଶ ମୋହନ ପାତ୍ରଙ୍କ ସମେତ ସମସ୍ତ ସଦସ୍ୟ ମାନେ ଯୋଗଦେଇ ସକ୍ରୀୟ ପରିଚାଳନା କରିଥିଲେ ।
ଜିଲ୍ଲାପ୍ରତିନିଧି ନିମାଇ ଚରଣ ପଣ୍ଡାଙ୍କରିପୋର୍ଟ