


ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଅତି ଭୟଙ୍କର ମହାବାତ୍ୟା ‘ଫନି’ ଗତ ଶୁକ୍ରବାରଦିନ ଉପକୂଳ ଓଡ଼ିଶାରେ ନାହିଁ ନଥିବା କ୍ଷୟ କ୍ଷତି କରିଥିବା ଯୋଗୁଁ ପ୍ରଧାନ ମନ୍ତ୍ରୀ ପରିଦର୍ଶନ ପାଇଁ ଆସୁଛନ୍ତି । କେତେ ଲୋକ ମୃତ୍ୟୁବରଣ କରିଛନ୍ତି ତାହାର ପ୍ରକୃତ ହିସାବ ଏପର୍ଯ୍ୟନ୍ତ ମିଳିିପାରିନାହିଁ । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ, ଭୁବନେଶ୍ୱର ଓ କୋଣାର୍କ ଅଂଚଳ । ଅନେକ ଲୋକ ବାସହୀନ ହୋଇଯାଇଛି । କ୍ଷୟକ୍ଷତିର କଳନା କରିବା ପାଇଁ ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି ।