ଫନି ବାତ୍ୟାରେ କ୍ଷତିଗ୍ରସ୍ତ ପାଇଁ ଗଞ୍ଜାମ ଜିଲ୍ଲା ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କା ସହାୟତା…

ଛତ୍ରପୁର (ସମୃଦ୍ଧ ଓଡିଶା) ଫାନୀ ବାତ୍ୟା ଓଡ଼ିଶାକୁ ବିଶେଷ ଭାବେ କ୍ଷତିଗ୍ରସ୍ତ ଘଟାଇଛି । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନେ ବହୁ ସମସ୍ୟାର ସମ୍ନା କରି କଷ୍ଟର ସହ ଜୀବନ ଜାପାନ କରୁଛନ୍ତି । ବିଜୁଳି, ପାଣି, ଘରର କୌଣସି ସୁବିଧା ନାହିଁ । ଲୋକେ ଖୋଲା ଆକାଶ ତଳେ ରହି ନ ଖାଇ ନ ପିଇ ବଞ୍ଚି ଚାଲିଛନ୍ତି । ପାଣି ପାଇଁ ହାହାକାର ହେଉଛନ୍ତି । ଏହି ପରିସ୍ଥିତିରେ ବିଭିନ୍ନ ସଂସ୍ଥା ପକ୍ଷରୁ ସହାୟତାର ହାତ ବଢ଼ାଉଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ଆଇସିଆଇସିଆଇ ବ୍ୟାଙ୍କ ସହାୟତାର ହାତ ବଢ଼ାଇଛି । ବ୍ୟାଙ୍କ ପକ୍ଷରୁ ବାତ୍ୟାକ୍ଳିଷ୍ଟଙ୍କ ଉଦ୍ଦ୍ୟେଶରେ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ସାକ୍ଷାତ କରି ବ୍ୟାଙ୍କ ପକ୍ଷରୁ ଏହି ସହାୟତା ରାଶି ଚେକ୍ ଆକାରରେ ପ୍ରଦାନ କରାଯାଇଛି । ଏହି ସମୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ, ଆଇସିଆଇସିଆଇ ବ୍ୟାଙ୍କ ଛତ୍ରପୁର ଶାଖା ପରିଚାଳକ ଜିତେନ୍ଦ୍ର ରାଉତ, ସହ-ଶାଖା ପରିଚାଳକ ବାଳକୃଷ୍ଣ ସାହୁ, ସୂର୍ଯ୍ୟ ଶତପଥି ଉପସ୍ଥିତ ଥିଲେ । ବ୍ୟାଙ୍କର ସହଯୋଗକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା