


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାମୁଦ୍ରିକ ଝଡ଼ ଫନି ବାତ୍ୟାରେ ପୁରୀ ଓ ଭୁବନେଶ୍ଵରର ଲକ୍ଷ ଲକ୍ଷ ଜନସାଧାରଣ କ୍ଷତିଗ୍ରସ୍ତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ବ୍ରହ୍ମପୁର ପୂର୍ବତନ ମେୟର ଶିବ ଶଙ୍କର ଦାସ ମଇ ୧୪ ତାରିଖ ବୁଧବାର ଦିନ ତଥା ଗତକାଲି ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଆଶା ଦାସ, ମା ସାରଦା ଦାସ, ଜ୍ୟେଷ୍ଠ ପୁତ୍ର ହରିଶଙ୍କର ଦାସ, କନିଷ୍ଠ ପୁତ୍ର ଅଭୟ ରାମ ଦାସଙ୍କ ଦ୍ୱାରା ବ୍ରହ୍ମପୁର ଉପଜିଲ୍ଲାପାଳ ଦିଗନ୍ତ ରାଉତରାୟ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୪୯ ହଜାର ଏବଂ ୫୧ ହାଜର ଟଙ୍କାର ଦୁଇଟି ଡ଼ିଡ଼ି ମୋଟା ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ସୂଚନା ଯେ ଶ୍ରୀ ଦାସ ବହୁଦିନ ଧରି ବିଭିନ୍ନ ମାମଲାରେ ଛନ୍ଦି ହୋଇ କାରାଗାରରେ ଥିବା ବେଳେ ସେ ତାଙ୍କ ପରିବାର ଦ୍ୱାରା ଏଭଳି କାର୍ଯ୍ୟକରି ବହୁତ ଖୁସି ହୋଇଥିବା କହିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା