ଫପଣ୍ଡ ଫୁଟବଲ କପ : ଖଜୁରୀଖମଣ ଚମ୍ପିୟାନ

ପାଲଲହଡ଼ା(ସମୃଦ୍ଧଓଡିଶା) ଅନଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଫପଣ୍ଡ ଗ୍ରାମରେ ତିନିଦିନ ଧରି ଚାଲିଥିବା ଫପଣ୍ଡ ନେହେରୁ କ୍ଲବ ଆନୁକୂଲ୍ଯରେ 36 ତମ ଫପଣ୍ଡ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ପାଲଲହଡ଼ା ପୂର୍ବତନ ବିଧାୟକ ମୁକେଶ କୁମାର ପାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ ପାଲଲହଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରିନାରାଣୀ ନାଏକ,ବାଲିପଶି ସରପଞ୍ଚ ଶ୍ରୀମତୀ ଧୀରେଶ୍ୱରୀ ଗଡନାୟକ, ସମିତି ସଭ୍ଯା ମନ୍ଦାକିନୀ ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।ଉଦଯାପନୀ ଦିବସ ର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲା ଝାରସୁଗୁଡ଼ା ଏବଂ ସମ୍ବଲପୁର ବାଳିକା ଫୁଟବଲ ଦଳ ର ପ୍ରଦର୍ଶନୀ ମ୍ଯାଚ।ଟୁର୍ନାମେଣ୍ଟ ର ଫାଇନାଲ ମ୍ଯାଚ ଖଜୁରୀଖମଣ ଏବଂ ବାରକୋଟିଆ ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା Iମ୍ଯାଚ ଅମୀମାଂସିତ ରହିବାରୁ ଟାଇବ୍ରେକର୍ ମାଧ୍ୟମରେ ଖଜୁରିଖମଣ ଦଳ ବିଜେତା ହୋଇ ଟୁର୍ନାମେଣ୍ଟ ର ଚମ୍ପିୟନ ହୋଇଥିଲା I ଚାମ୍ପିଆନ୍ ଖଜୁରିଖମଣ କୁ 15000 ଟଙ୍କା ଏବଂ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ସପ ବାରକୋଟିଆ ଦଳ କୁ 12000 ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା।ଫପଣ୍ଡ ନେହେରୁ କ୍ଲବ ର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ : ରଜତ ମହାପାତ୍ର 

Leave a Reply

Your email address will not be published. Required fields are marked *