ଫାଇନାନ୍ସ କମ୍ପାନୀମାନଙ୍କର ଋଣ ଆଦାୟ ପାଇଁ ଜୁଲମ ଯୋଗୁଁ ମହିଳାଙ୍କ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା ମାନଙ୍କ ଜୁଲମ କରୁଥିବା ଅଭିଯୋଗ ଆଣି ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଜଣାଇଲେ ମହିଳାମାନେ । ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମରେ ବିଭିନ୍ନ ନାମଧାରି ଫାଇନାନ୍ସ କମ୍ପାନୀ ମହିଳାମାନଙ୍କୁ ନେଇ ଦଳ ଗଠନକରି କିଛି କିଛି ଟଙ୍କା ପ୍ରଦାନ କରି ମାସିକ କିମ୍ବା ସପ୍ତାହିକ କିସ୍ତି କିସ୍ତି କରି ଶୁଝିଥାଆନ୍ତି । ହେଲେ କରୋନା ପାଇଁ ଲକଡାଉନ କାରଣରୁ ଏବେ ମହିଳା ମାନେ କିସ୍ତି ବାନ୍ଧିବାକୁ ଅସମର୍ଥ ହୋଇପଡିଥିବା ବେଳେ ଆଉ କିଛି ମାସ ସମୟ ଦେବାକୁ କମ୍ପାନୀକୁ ଅନୁରୋଧ କରିଥିଲେ । ହେଲେ କର୍ମଚାରୀମାନେ କିସ୍ତି ଦେବାକୁ ବାଧ୍ୟକରି ଘର ସମ୍ମୁଖରେ ବସି ରହିବା ସହ ଅଧିକ ସୁଧ ଓ ପୋଲିସ ଭୟ ଆଦି ଦେଖାଇ ମହିଳା ମାନଙ୍କୁ ଭୟଭୀତ କରାଇ ମାନସିକ ଚାପ ଦେଉଥିବା ଅଭିଯୋଗ ହୋଇଛି । ଜିଲ୍ଲାର ବିଭିନ୍ନ ବ୍ଳକର ବିଭିନ୍ନ ଗ୍ରାମରେ ଏବେ ଅର୍ଥଲଗାଣ କାରି ସଂସ୍ଥା ମାନେ ଏକପ୍ରକାର ଜୁଲମ ଆରମ୍ଭ କରି ଦେଇଛନ୍ତି । ଆଜି ବଙ୍କା ପଞ୍ଚାୟତର ଅନେକ ମହିଳା ଉପଜିଲ୍ଲାପାଳଙ୍କୁ ଭେଟି ଏହି ସଂପର୍କରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।

ରିପୋର୍ଟ : ନିଲୁ ବିଷୋୟୀ