

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗତ କିଛିଦିନ ତଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଘୋଡାହାଡ଼ ଡ୍ୟାମ ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ବିଦେଶୀ ମଦ ଦୋକାନ ନିକଟରେ ଥିବା କରୋନା ସଚେତନତା କରିବାକୁ ଯାଇ ଗାଳି ଗୁଳଜ ଶୁଣିବା ପରେ ଥାନାରେ ଅଭିଯୋଗ କରିଥିଲେ ଦିଗପହଣ୍ଡି ତହସିଲଦାର ଅଦୈତ୍ୟ କୁମାର ସ୍ୱାଇଁ । ଏହି ସମୟରେ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଦେଖିବାକୁ ମିଳିଛି । ସେହି ଭିଡିଓରେ ଜଣେ କାର୍ଯ୍ୟରତ ରାଜସ୍ୱ ନିରକ୍ଷକ ହାତରେ ଠେଙ୍ଗା ଧରି ଦୋକାନ ବନ୍ଦ ପାଇଁ କହୁଥିବା ସଙ୍ଗେ ସଙ୍ଗେ ଲୋକଙ୍କୁ ମାଡ଼ ମାରିଥିବା ଲୋକେ ଅଭିଯୋଗ କରିଛନ୍ତି । ଏଥିରେ ତହସିଲଦାର ସମତେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କୁ କିଛି ଲୋକ ଓ ଫାଷ୍ଟଫୁଡ଼ ଦୋକାନୀ ଘେରି ଏପରି କାର୍ଯ୍ୟକୁ ବିରୋଧ କରିଥିଲେ । ଏଥିରେ ଲୋକମାନେ ଧମକାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ପୋଲିସ ଖବର ପାଇ ଆସିବ ପରେ ସେମାନେ ଛତ୍ର ଭାଙ୍ଗି ଦେଇଥିଲେ । ଗତକାଲି ଅପରାହ୍ନରେ ବ୍ରହ୍ମପୁର ଉପଜିଲ୍ଲାପାଳ ପହଞ୍ଚି ୧୨ଟି ଦୋକାନକୁ ଉଛେଦ ଜେସିବି ନେଇ ପହଞ୍ଚିଥିଲେ । ଉଛେଦ ସମୟରେ ଦୋକାନ କରିଥିବା ଦୋକାନୀମାନେ ଉପଜିଲ୍ଲାପାଳଙ୍କୁ କିଛି ସମୟ ଦେବା ପାଇଁ ଅନୁରୋଧ କରିଥିଲେ । ଦୋକାନୀମାନଙ୍କ ବ୍ୟବସାୟରେ ପ୍ରାୟ ୧୫ରୁ ୨୦ ପରିବାର ଚଳୁଥିବା ପ୍ରକାଶ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା ଓ ଦିଗପହଣ୍ଡିରୁ ପ୍ରଫୁଲ୍ଲ ସାବତ