ଫୁଲତୋଡ଼ା ବଦଳରେ ବହି ପ୍ରଦାନକୁ ଜିଲ୍ଲାପାଳଙ୍କ ଗୁରୁତ୍ୱ…

ଛତ୍ରପୁର (ସମୃଦ୍ଧ ଓଡିଶା) ନୂଆ ବର୍ଷ ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷ ସେମାନଙ୍କ ସାଙ୍ଗସାଥି ତଥା ବନ୍ଧୁ ପରିଜନଙ୍କୁ ଫୁଲତୋଡ଼ା ଏବଂ ଡାଏରୀ ଦେଇ ପ୍ରାୟତଃ ସ୍ୱାଗତ କରିଥାଆନ୍ତି । ଫୁଲତୋଡ଼ାରେ ବ୍ୟବହୃତ ପ୍ଲାଷ୍ଟିକ ଏବଂ ଜରି ପରିବେଶ ପରିପନ୍ଥୀ ଅଟେ । କେତେକ କ୍ଷେତ୍ରରେ ବ୍ୟକ୍ତି ବିଶେଷଙ୍କୁ ଅପରିମିତ ଡାଏରୀ ପ୍ରଦାନ ହୋଇଥିବା ଦେଖିବାକୁ ମିଳେ । ଫୁଲତୋଡ଼ା ଚମକର ସ୍ଥାୟୀତ୍ୱ ମଧ୍ୟ ସ୍ୱଚ୍ଛ ଅବଧି ଅଟେ । ଏସବୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନୂଆ ବର୍ଷର ସ୍ୱାଗତ ପରମ୍ପରାକୁ ଫୁଲତୋଡ଼ା ଏବଂ ଡାଏରୀ ପ୍ରତି ବଦଳରେ ପୁସ୍ତକ ପ୍ରଦାନକୁ ଗୁରୁତ୍ୱ ଦେଇଛନ୍ତି । ଏହା ଦ୍ୱାରା ବହି ପ୍ରତି ଅଧିକ ଆଦର ସୃଷ୍ଟି ହେବା ସହିତ ପୁସ୍ତକର ବିକ୍ରୟ ବୃଦ୍ଧି ହେବ ଏବଂ ଅଧିକ ପାଠକ ସୃଷ୍ଟି ହୋଇପାରିବେ । ବିଶେଷକରି ପାଠ୍ୟପୁସ୍ତକ ପ୍ରଦାନ ଊପରେ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଛନ୍ତି । ଏହା ଦ୍ୱାରା ଭିନ୍ନ ଏକ ପରମ୍ପରା ସୃଷ୍ଟି ହୋଇପାରିବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା