ଫେବୃୟାରୀ ୧୯ରୁ ମାଟ୍ରିକ ପରୀକ୍ଷା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆସନ୍ତା ଫେବୃୟାରୀ ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ୍‌ ପରୀକ୍ଷା । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫେବୃୟାରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ଚାଲିବ । ତେବେ ଫେବୃୟାରୀ ୧୯ ଦିନ ପ୍ରଥମ ଭାଷା ଓଡ଼ିଆ, ଫେବୃୟାରୀ ୨୨ରେ ଦ୍ଵିତୀୟ ଭାଷା ଇଂରାଜୀ, ଫେବୃୟାରୀ ୨୪ରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ, ଫେବୃୟାରୀ ୨୬ରେ ଗଣିତ, ଫେବୃୟାରୀ ୨୮ରେ ବିଜ୍ଞାନ, ମାର୍ଚ୍ଚ ୨ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ବୋଲି ସୂଚୀ ପ୍ରକାଶ ପାଇଛି । ପରୀକ୍ଷାର ସକାଳ ୧୦ଟାରୁ ଆରମ୍ଭ ହେବ । ପରୀକ୍ଷା ଆରମ୍ଭର ୧୫ ମିନିଟ୍‌ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ବଣ୍ଟାଯିବ । ତେଣୁ ପରୀକ୍ଷାର୍ଥୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ଆବଶ୍ୟକ । ସକାଳ ୧୦ରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨.୩୦ରେ ଶେଷ ହେବ । ଗଣିତ ପରୀକ୍ଷା ଦିନ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍‌ର ସମୟ ମିଳିବ ଅର୍ଥାତ୍‌ ୧୨.୪୫ରେ ପରୀକ୍ଷା ଶେଷ ହେବ ।

ରିପୋର୍ଟ : ଆକାଶ ମିଶ୍ର