

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବଚ୍-ପନ ପ୍ଲେ-ସ୍କୁଲ ଏବଂ ବିଦ୍ୟା-ଇ-ଟେକ୍ନୋ ଶିକ୍ଷାନୁଷ୍ଠାନର ୧୩ତମ ବାର୍ଷିକ ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ଲୋବାଲ ଆଇକନ ଓଡିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ, ଓଲିଉଡ ତାରକା ଜାଗୃତି ରଥ, ନଟିଆ କମେଡି ସ୍ମୃତି ରଞ୍ଜନ ମହାନ୍ତି ପ୍ରମୁଖ ସେଲିବ୍ରେଟି ଯୋଗଦେଇ ଉତ୍ସବଟିକୁ ଶିଶୁ ସଂସାରମୟ କାର୍ଯ୍ୟକ୍ରମରେ ଉଲ୍ଲାସମୟ କରାଇଥିଲେ । ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ଏବଂ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କୃତ୍ତିତ୍ୱ ଅର୍ଜନ କରିଥିବା ଶିଶୁମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଆଞ୍ଚଳିକ ନୃତ୍ୟଗୁରୁ ପ୍ରଗତିକଳା କେନ୍ଦ୍ରର ନିର୍ଦ୍ଦେଶକ ସୁଧାଂଶୁ କୁମାର ଶତପଥୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନୁଷ୍ଠାନର ମୁଖ୍ୟ ତଥା ଅଧ୍ୟକ୍ଷା ସଙ୍ଗୀତା ଶର୍ମା ଏହି କାର୍ଯ୍ୟକ୍ରମରେ ପୋୖରହିତ୍ୟି କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା