

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟସ୍ଥ ମା ଶ୍ୟାମଳାଇ ପୀଠରେ ବଜରଙ୍ଗ ଦଳର ହିଞ୍ଜିଳିକାଟୁ ପ୍ରଖଣ୍ଡ ତରଫରୁ ନୂତନ ଦାୟିତ୍ୱ ଘୋଷଣା ସହ ରାମ ନବମୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗରୁ ଆସୁଥିବା ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ଜୟନ୍ତୀକୁ ସହରରେ ଆଧ୍ୟାତ୍ମିକ ଭାବରେ ପାଳନ କରିବା ସହିତ ରାମପ୍ରେମୀ ମାନଙ୍କୁ ବିଚାରରେ ଯୋଡିବା ପାଇଁ ଆଲୋଚନା ହୋଇଥିଲା । ପରିଶେଷରେ ଜିଲ୍ଲା ସୁରକ୍ଷା ପ୍ରମୁଖ କୃଷ୍ଣଚନ୍ଦ୍ର ଦାସଙ୍କ ପୌରହିତ୍ୟରେ ପ୍ରଖଣ୍ଡ ସଂଯୋଜକ କିଶୋରଚନ୍ଦ୍ର ବିଶୋଇ, ସହସଂଯୋଜକ କାହ୍ନୁଚରଣ ବିଶ୍ବାଳ ଓ ଜଗନ୍ନାଥ ଜେନାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ବୈଠକରେ ବଜରଙ୍ଗ ଦଳ ପ୍ରାନ୍ତ ସହ ସଂଯୋଜକ ଅମ୍ବିକା ଦାସ, ପ୍ରାନ୍ତ ମିଲନକେନ୍ଦ୍ର ପ୍ରମୁଖ ସୁଶାନ୍ତ ବେହେରା, ଗଂଜାମ ବିଭାଗ ସଂଯୋଜକ ଗୌତମ ମହାରଣା, ଗଞ୍ଜାମ ଜିଲ୍ଲା ସଂଯୋଜକ ନିଳାଞ୍ଚଳ ବିଷୋୟୀ, ଗଂଜାମ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ସହ ସମ୍ପାଦକ ରାଜୀବ ଖାଡେଙ୍ଗା, ହର ସ୍ୱାଇଁ, ନାରାୟଣ ବିଷୋୟୀ, ସିଲୁ ଆଚାରୀ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
