ଦିଗପହଣ୍ଡି (ସମୃଦ୍ଧ ଓଡିଶା) ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ମୃତ ଜଣକ ଦିଗପହଣ୍ଡି ଥାନା ଅଧିନସ୍ଥ ପନାଡ଼ ଗ୍ରାମର ରବି ଗୌଡ଼ (୫୦) ବୋଲି ଜଣାପଡ଼ିଛି । ଗତକାଲି ଅପରାହ୍ନରେ ସେ ନିଜ ଚାଷଜମିକୁ କୃଷି ଭିତ୍ତିକ କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ଅଚାନକ ଝଡ଼ ତୋଫାନ ହୋଇଥିଲା । ଆଉ ବଜ୍ରପାତର ଶୀକାର ହୋଇ ସଂଜ୍ଞାହୀନ ଅବସ୍ଥାରେ ପଡି ରହିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ଅପମୃତ୍ୟୁ ମାମଲା ଦାଏର କରି ତଦନ୍ତ ଚଳାଇଛି । ନିହାତି ଗରିବ ଶ୍ରେଣୀର ହେତୁ ଶବ ବ୍ୟବଚ୍ଛେଦ ପାଇଁ fmtକୁ ନେଇପାରୁନାହାନ୍ତି । ଗତକାଲି ଠାରୁ ଦିଗପହଣ୍ଡି ମେଡିକାଲରେ ଶବ ପଡିରହିଛି । ବଜ୍ରପାତରେ ମୃତକଙ୍କ ସରକାରୀ କ୍ଷତିପୂରଣ ରାଶି ଯୋଗାଇଦେବାକୁ ବିଧି ବ୍ୟବସ୍ଥା ରହିଛି ହେଲେ ଶବ ବ୍ୟବଚ୍ଛେଦ ପାଇଁ ଦୀର୍ଘ ୧୫ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହେଲାଣି ନିଆଯାଇପାରିନାହିଁ । ମହାପ୍ରୟାଣ ଯୋଜନା ଅପହଞ୍ଚ ହୋଇଯାଇଥିବା ଅଭିଯୋଗ ହୋଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା