

ଛତ୍ରପୁର (ସମୃଦ୍ଧ ଓଡିଶା) ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧୀନସ୍ଥ ବଡଆର୍ଯ୍ୟପଲ୍ଲୀ ଗ୍ରାମରେ ଥିବା ବାତ୍ୟା ଅଶ୍ରୟସ୍ଥଳୀ ପରିସରର ଷ୍ଟୋର ରୁମରେ ଗତକାଲି ଦିନ ୧୨ ଟା ସମୟରେ ହଠାତ୍ ନିଆଁ ଲାଗି ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ । ଏହାପରେ ଗ୍ରାମବାସୀମାନେ ସଙ୍ଗେ ସଙ୍ଗେ ଛତ୍ରପୁର ଦମକଳ ବାହିନୀକୁ ଖବର ଦେବା ସହ ନିଆଁ ଲିଭାଇବା ନିମନ୍ତେ ବିଭିନ୍ନ ପ୍ରକାର ଉଦ୍ୟମ କରିଥିଲେ । ଦମକଳ ବାହିନୀ ଟିମ୍ ଏହାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ନିଆଁ ବହୁତ ଜୋରରେ ଲାଗିବା ଦ୍ୱାରା ଷ୍ଟୋର ରୁମରେ ଥିବା ବାତ୍ୟାଅଶ୍ରୟସ୍ଥଳିରେ ବ୍ୟବହାର ହେଉଥିବା ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀଗୁଡିକ ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି । ଏହି ନିଆଁ ସଟ ସର୍କିଟ ଯୋଗୁଁ ଲାଗିଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



