ବଡକଳାକୋଟ ଗ୍ରାମ ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମସଭା ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୁମ୍ମା -(ସମୃଦ୍ଧଓଡିଶା)-ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡକଳାକୋଟ ଗ୍ରାମ ପଞ୍ଚାୟତ ଠାରେ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ଵତନ୍ତ୍ର ଗ୍ରାମ ସଭା କୁ ସରପଞ୍ଚ ଶ୍ରୀମତି ଶୁଭନ୍ଵିତା ରଇତ ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବଡକଳାକୋଟ ଗ୍ରାମ ପଞ୍ଚାୟତ ଅଧୀନ 200ରୁ ଉର୍ଦ୍ଧ୍ବ ବ୍ୟକ୍ତି ଯୋଗ ଦେଇଥିଲେ। ଆଜିର ସ୍ଵତନ୍ତ୍ର ଗ୍ରାମ ସଭା ରେ ବୟସ୍କ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯାଇଥିଲା। ଆଗାମୀ ଆର୍ଥିକ ବର୍ଷର ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରଯାଇଥିଲା। ତତ୍ ସହିତ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା। ଗ୍ରାମ ପଞ୍ଚାୟତ ଅଧୀନ ବିଭିନ୍ନ ଅଞ୍ଚଳରେ ସଫେଇ କାର୍ଯ୍ୟ କରାଯାଇ ଲୋକଙ୍କୁ ପରିବେଶ ପରିଷ୍କାର ରଖିବାକୁ ସଚେତନ କରାଯାଇଥିଲା। ଜଙ୍ଗ ଜଙ୍ଗଲ ଗ୍ରାମରେ ଏକ ଆବର୍ଜନା କୁଣ୍ଡ ଉଦଘାଟନ ମଧ୍ୟ କରାଯାଇଥିଲା।100ରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇ ଲୋକଙ୍କୁ ବୃକ୍ଷ ରୋପଣ ଓ ଏହାର ଉପକାରିତା ସମ୍ପର୍କରେ ଅବଗତ କରା ଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ସରପଞ୍ଚ ଙ୍କ ସହିତ ବଡକଳାକୋଟ ସମିତି ସଭ୍ୟ ବେର୍ଣିକ ଗମାଙ୍ଗ, ପଂଚାୟତ ନିର୍ବାହୀ ଅଧିକାରୀ, ପ୍ରେମ୍ ଅନୁଷ୍ଠାନ ସ୍ବେଛାସେବୀ ସାହେବ୍ ବିଷୋୟୀ ଏଵଂ ବିଭିନ୍ନ ବିଭାଗର କର୍ମଚାରୀ ଓ ପିରାମଲ ଫାଉଣ୍ଡେସନ ର ସଂଯୋଜକ ଉପସ୍ଥିତ ଥିଲେ।

ରିପୋର୍ଟ : ନିରୋଜ କୁମାର ଷଡ଼ଙ୍ଗୀ