


ଆସ୍କା(ସମୃଦ୍ଧ ଓଡିଶା)ବଡ଼ାଖଲି ଗ୍ରାମରେ ବିରାଟ ପଟୁଆର ଯୋଗେ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇ ଥିଲା । ଏହି ଅବସରରେ ଆସ୍କା ବ୍ଲକ ଅନ୍ତର୍ଗତ ବଡଖୋଲି ଗ୍ରାମରେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆସିକା ଠାରୁ ବାଲିପଦର ଦୁଇ ଥାକିଆ ରାସ୍ତା ପ୍ରଶସ୍ତି କରଣ ଏବଂ ସଶକ୍ତି କରଣର ଭୁମି ପୂଜନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଆସ୍କା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ ଯୋଗ ଦେଇ ଏହା କିପରି ଶୀଘ୍ର ସମାପନ ହେବ ସେ ନେଇ ଆଶା ପ୍ରକଟ କରିଛନ୍ତି । ଆସ୍କା ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷା, ସରପଞ୍ଚ ସମିତିସଭ୍ୟମାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବଡଖୋଲି ପଞ୍ଚାୟତର ସମସ୍ତ ଜନସାଧରଣ ଉପସ୍ଥିତ ରହି ଶୁଭ କାର୍ଯ୍ୟର ପରିଚାଳନା କରିଥିଲେ ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ