
ଗରଦପୁର(ସମୃଦ୍ଧଓଡିଶା)-ଗରଦପୁର ବ୍ଲକ୍ ଅନ୍ତର୍ଗତ ବନ୍ତଳା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଆଜି କେନ୍ଦ୍ରାପଡ଼ା ଜିଲାପାଳ ଓ ଆକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲାପାଳ ସ୍ମୃତି ରଂଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟରିଆ ଅନ୍ୟ ପଦସ୍ଥ ଅଧିକାରୀଙ୍କ ସହ ଶିବିର ରେ ଉପସ୍ଥିତ ରହି ୧୩୬ ଜଣଙ୍କ ଅଭିଯୋଗ ଶୁଣିବା ସହିତ ସମାଧାନ ପାଇଁ ପ୍ରୟାସ କରିଛନ୍ତି । ଶିବିରରେ ମୋଟ ୧୩୬ ଅଭିଯୋଗ ଆସିଥିବାବେଳେ ସେଗୁଡ଼ିକ ମଧ୍ୟରୁ ୧୨ ଟି ସାମୁହିକ ଓ ଅନ୍ୟ ଅଧିକାଂଶ ରାସନ କାର୍ଡ଼, ଆବାସ ଓ ଜବର ଦଖଲ ସମ୍ପର୍କିୟ ଅଭିଯୋଗ ରହିଥିଲା । ଶିବିର ରେ ଅନ୍ୟ ମାନଙ୍କ ମଧ୍ୟରେ ଏଡ଼ିଏମ ନିଲୁ ମହାପାତ୍ର, ଡ଼େପୁଟି କଲେକ୍ଟର ପଲବୀ ମହାନ୍ତି, ତହସିଲଦାର ତୃପ୍ତି ଦାସ, ବିଡ଼ିଓ ଆଲୋକ ରଂଜନ ସେଠି, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ରୂପାଲୀ ପ୍ରିୟଦର୍ଶିନୀ ଦାସ ପ୍ରମୁଖ ମଂଚାସୀନ ରହି ଅଭିଯୋଗ ଗୁଡ଼ିକର ମଧ୍ୟ ଶୁଣାଣି କରିବାରେ ସହଯୋଗ କରିଥିଲେ । ଶିବିର ରେ ନିଶ୍ଚିନ୍ତା ଶାସନ ଗ୍ରାମର ଗୁରୁଚରଣ ସାମଲ ଅଭିଯୋଗ କରିଥିଲେ ଯେ ୨୦୦୮-୦୯ ମସିହାରେ ସେ ଏକ ୩୫ ହଜାର ଟଙ୍କିଆ ଇନ୍ଦିରା ଆବାସ ୱାର୍କ ଅର୍ଡ଼ର ପାଇଥିଲେ । ଘର ପୂର୍ଣ୍ଣାଙ୍ଗ କରିପାରିନଥିଲେ । ସେ ବାବଦରେ ବ୍ଲକ୍ ରୁ ୧୫ ହଜାର ଟଙ୍କା ଉଠାଣ କରିଥିଲେ । ତେବେ ସରକାରଙ୍କ ନିୟମ ଅନୁସାରେ ଗତ ୧୬ ଜାନୁଆରୀ ୨୦୨୦ ରେ ସେ ବ୍ଲକ୍ ରେ ୧୫ ହଜାର ଟଙ୍କା ଫେରାଇ ଦେଇ ନୂଆ ଆବାସ ଯୋଜନାରେ ସାମିଲ ହୋଇ ଘର ଖଣ୍ଡେÿ ପାଇବାକୁ ଅପେକ୍ଷା କରିଥିଲେ । ହେଲେ ଆଜି ସୁଦ୍ଧା ତାଙ୍କୁ ଆବାସ ମିଳିପାରିନାହିଁ କି ବ୍ଲକ୍ ରେ ଦାଖଲ କରିଥିବା ଟଙ୍କା ମଧ୍ୟ ଫେରସ୍ତ ମିଳିପାରୁନାହିଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ । ଜଗନ୍ନାଥପୁର ଗ୍ରାମର ମହେଶ୍ୱର ବାରିକ ରାଜକନିକା ତହସିଲରେ ଚାକିରୀ କରି ଅବସର ନେଇ ସାରିଛନ୍ତି । ହେଲେ ତାଙ୍କ ସର୍ଭିସ ବୁକ୍ ହଜିଯାଇଥିବାରୁ ସେ ବର୍ଦ୍ଧିତ ପେନସନ୍ ଟଙ୍କା ପାଇବାରୁ ବଂଚିତ ହେଉଥିବା ଅଭିଯୋଗ କରିଥିଲେ । ଅର୍ଜୁନପୁର ଗ୍ରାମର ସୌଦାମିନି ମଲିକ ସୁଭଦ୍ରା ଯୋଜନା ରୁ ସୁଫଳ ପାଇନଥିବା ଦର୍ଶାଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଓସ୍ତପୁର ଗ୍ରାମର ଧନଂଜୟ ପୃଷ୍ଟି ଙ୍କ ଦେହ ଦୀର୍ଘ ବର୍ଷ ଧରି ଅସୁସ୍ଥ ରହୁଥିବାରୁ ତାଙ୍କ ପତ୍ନୀ ଅନ୍ୟ ବ୍ଲକ୍ ରେ ଶିକ୍ଷକ ଥିବା ସୁଶ୍ରୀ ଦେବସ୍ମିତାଙ୍କୁ ବଦଳି କରି ଘର ପାଖକୁ ଆଣିବା ପାଇଁ ନିବେଦନ କରିଥିଲେ । ଶିବିର ରେ କ୍ୟାନସର ପିଡ଼ିତ କୋରୁଆ ଗ୍ରାମର ଆଲୋକ ଭୋଇ ଓ ତେନ୍ତୋଳ ଗ୍ରାମର ଗୋପବନ୍ଧୁ ନାୟକ ସହାୟତା ପାଇଁ ଶିବିର ରେ ନିବେଦନ କରିଥିଲେ । ତେବେ ଭଦାଳ ଗ୍ରାମର ଯକ୍ଷ୍ମା ପିଡ଼ିତ ଧନୁର୍ଧର ସେଠିଙ୍କୁ ଜିଲାପାଳ ୬ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ । ଚିତ୍ରୋପôଳା କେନାଲ ର ବରହମପୁର ବ୍ରାଂଚ କେନାଲ ର ଦକ୍ଷିଣ ପାଶ୍ୱର୍ରେ ଆଦୌ କଲଭଟ ନଥିବାରୁ ଜଳ ଯୋଗାଣରେ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଗରଦପୁର ଗ୍ରାମର ଶିବ ପ୍ରସାଦ ପଣ୍ଡା ଅଭିଯୋଗ କରିଥିଲେ । ନିଜର ନାତି ର ନାମ ରାସନ କାଡ଼ରେ ଯୋଡ଼ିବା ପାଇଁ ଅଭିମନ୍ୟୁ ବିଶ୍ୱାଳ ଅଭିଯୋଗ କରିଥିଲେ । ସେହିପରି ଦୁଇ ପୁଅ ଭିନେ ହୋଇଥିବାରୁ ଦୁଇ ବୋହୁଙ୍କ ନାମରେ ରାସନ କାର୍ଡ଼ ଅଲଗା କରିଦେବାକୁ ପରିବାରର ମୁଖ୍ୟ ବନ୍ତଳା ଗ୍ରାମର ପ୍ରସନ କୁମାର ନାୟକ ଶିବିର ରେ ଅଭିଯୋଗ କରିଥିଲେ । ତଳକୁସୁମା ଠାରେ ଥିବା ଚିତ୍ରୋପôଳା କେନାଲ ର ବ୍ରାଂଚ କେନାଲ ଆଜି ସୁଦ୍ଧା ଖୋଳା ହୋଇନଥିବାରୁ ଚାଷୀମାନେ ଜମିକୁ ଜଳ ପାଇପାରୁନଥିବା ଗ୍ରାମର ଏକାଦଶି ନାୟକ ଅଭିଯୋଗ କରିଥିଲେ । ଗତ ବାତ୍ୟା ଦାନା ରେ ବିପନ୍ନ ମାନଙ୍କୁ ଦିଆଯାଇଥିବା ରନ୍ଧା ଖାଦ୍ୟର ବକେୟା ଅର୍ଥ ଆଜି ସୁଦ୍ଧା ପଂଚାୟତ ମାନଙ୍କୁ ମିଳିନାହିଁ । ସେଥିପାଇଁ ଗରଦପୁର ସରପଂଚ ସଂଘ ତରଫରୁ ସଭାପତି ଅମିୟ କୁମାର ଜେନା , ସରପଂଚ ଗୀତାଂଜଳି ମହାନ୍ତି, ସରପଂଚ ରଂଜନ ନାୟକ, ସରପଂଚ ସନ୍ତୋଷ ମାହାଳି, ସରପଂଚ ସଂଯୁକ୍ତା ମହାପାତ୍ର , ସରପଂଚ ଅଭୟ ମଲ, ସରପଂଚ ପ୍ରଭାତ ନଳିନୀ ଜେନା, ସରପଂଚ ନିର୍ମଳା ନାୟକ, ସରପଂଚ ମାନସ ରାଉତ ପ୍ରମୁଖ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦୁଇ ବର୍ଷ ହେଲାଣି ପୁଣ୍ଡିଲୋ ଗ୍ରାମର ହିମାଂଶୁ ତରଣିଆ (୫୦) ଙ୍କର ଅକାଳ ମୃତ୍ୟୁ ହୋଇ ଯାଇଛି । ତାଙ୍କର ଲେବର କାର୍ଡ଼ ଅଛି । ହେଲେ ଆଜି ସୁଦ୍ଧା ତାଙ୍କ ପରିବାରଙ୍କୁ ଶ୍ରମିକ କଲ୍ୟାଣ ଯୋଜନାରେ ଆର୍ଥିକ ସହାୟତା ମିଳିପାରିନଥିବାରୁ ଶିବିର ରେ ତାଙ୍କ ପତ୍ନୀ ସୌଭାଗିନୀ ତରଣିଆ କ୍ଷୋଭ ପ୍ରକାଶ କରିଥିଲେ । ଗତ ନଭେମ୍ବର ୧୧ ତାରିଖ ୨୦୨୪ ରେ ଗରଦପୁର ଗ୍ରାମର ଦମୟନ୍ତୀ ପାଣିଙ୍କ ଅଶ୍ଳୀଳ ଫଟୋ ସୋମିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । କେହି ଦୁର୍ବୃତ ଫଟୋ ଏଡ଼ିଟିଂ କରି ଏଭଳି ଅପପ୍ରଚାର କରିଥିବାରୁ ଦମୟନ୍ତୀ ପାଟକୁରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଥାନାରେ ମଧ୍ୟ ଏକ କେଶ ରୁଜୁ ହୋଇଛି । କିନ୍ତୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବାରୁ ପାଟକୁରା ଥାନା ଆଇଆଇସିଙ୍କ ବିରୁଦ୍ଧରେ ଦମୟନ୍ତୀ ଅଭିଯୋଗ କରିଥିଲେ । ଚଳବାହାକୁଦ ଗ୍ରାମରେ ଦେଢ଼ ବର୍ଷ ହେଲାଣି ପାଣି ପାଇପ୍ ଫାଠି ଯାଇଛି । ଫଳରେ ଗ୍ରାମର ୧୫ ଟି ପରିବାର ପାନୀୟ ଜଳ ପାଇବାରୁ ବଂଚିତ ହେଉଛନ୍ତି ଏବଂ ଏବାବଦରେ ଯେତେ ଅଭିଯୋଗ କଲେ ମଧ୍ୟ ବ୍ଲକ୍ ର ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଶୁଣୁନାହାନ୍ତି ବୋଲି ଗ୍ରାମର ଅମୂଲ୍ୟ ସ୍ୱାଇଁ ଅଭିଯୋଗ କରିଛନ୍ତି । ଭାରିଗୋଳ ଗ୍ରାମର ଘରୋଇ ରାସ୍ତା କୁ ଜବର ଦଖଲ କରାଯାଇଥିବା ଗ୍ରାମର ପୂର୍ବତନ ନ୍ୟାଭି କର୍ମଚାରୀ ସୁରେନ୍ଦ୍ର ବାରିକ ଅଭିଯୋଗ କରିଛନ୍ତି । ତଳକୁସୁମା – ଅନ୍ଧବର ଗ୍ରାମ୍ୟ ଉନ୍ନୟନ ରାସ୍ତା ସାନ ବଙ୍ଗାରୀ ନିକଟରେ ଜବର ଦଖଲ ହୋଇଥିବାରୁ ଜବର ଦଖଲ ମୁକ୍ତ କରିବା ପାଇଁ ଶଶିଭୁଷଣ ଜେନା ଦାବି କରିଥିଲେ । ବଡ଼ବେତ୍ରାସ୍ଥିତ ଧାନ ମଣ୍ଡିରୁ ଧାନ ଉଠୁନି । ଧାନ ଗଦା ହୋଇ ରହିଛି । ମିଲର ଆସିବା ବିଳମ୍ବ କରୁଛନ୍ତି । ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ପଂଚାୟତର ବୟୋଜ୍ୟେଷ୍ଠ ଲୋକମାନେ ଅନଲାଇନ୍ ମାଧ୍ୟମରେ ଭତା ଟଙ୍କା ପାଇବା ପାଇଁ ଖୁବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମଣ୍ଡିରୁ ଧାନ ଉଠିବା ଓ ବୟୋଜ୍ୟେଷ୍ଠ ଲୋକଙ୍କୁ ହାତରେ ଭତା ଅର୍ଥ ଯୋଗାଇ ଦେବା ପାଇଁ ବଡ଼ବେତ୍ରା ଗ୍ରାମର କିଶୋର ମହାପାତ୍ର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତଳକୁସୁମା ଗ୍ରାମର ଅଭୟ ପତି ଜଣେ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ବ୍ୟକ୍ତି । ମାନୁଆଲ ରେକର୍ଡ଼ରେ ତାଙ୍କର ୮୦ ପ୍ରତିଶତ ଥିଲା । ଏବେ ୟୁଡ଼ିଆଇ ଡ଼ିଜିଟାଲ ରେକର୍ଡ଼ରେ ତାଙ୍କର ୭୦ ପ୍ରତିଶତ ହୋଇଯାଇଥିବାରୁ ସେ ଭିନ୍ନକ୍ଷମ ପାଇଁ ଥିବା ୩୫୦୦ ଟଙ୍କା ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ କରିଥିଲେ । ମେଗା ପାନୀୟ ଜଳ ପ୍ରକଳ୍ପ ପାଇପ୍ ବିଛା କାର୍ଯ୍ୟରେ ବ୍ୟପକ ଅନିୟମିତତା ଓ ଦୁର୍ନିତି ହେଉଥିବା ନଡ଼ିଆବରାଇ ଗ୍ରାମର ଶେଷଦେବ ପରିଜା ଅଭିଯୋଗ କରିଛନ୍ତି । ଏକ ଦୁରାରୋଗରେ ପିଡ଼ିତ ହୋଇ ବନ୍ତଳା ଗ୍ରାମର ମମତା ବେହେରା ବାମ ହସ୍ତ ପାପୁଲି ହରାଇଥିବାରୁ ତାଙ୍କୁ ହାଣ୍ଡିକ୍ୟାପ ସାର୍ଟିଫିକେଟ ଯୋଗାଇ ଦେବାକୁ ଆପତି କରିଥିଲେ । ମାନମଧୁପୁର ରୁ ଭାରିଗୋଳ ସଂଯୋଗିକରଣ ରାସ୍ତା ଅଧାପନ୍ତରିଆ ଭାବରେ ପଡ଼ି ରହିଛି । ଠିକାଦାର ଛାଡ଼ି ପଳାଇଛି । ଏହାକୁ ଶୀଘ୍ର ନିର୍ମାଣ କରିବା ପାଇଁ ବଡ଼ବେତ୍ରା ସରପଂଚ ସଂଯୁକ୍ତା ମହାପାତ୍ର ଦାବି କରିଥିଲେ । ୧୦ ବର୍ଷ ହେଲାଣି ମାହାଙ୍ଗା ଗ୍ରାମର ଗରୀବ ନରୂପମା ମଲିକଙ୍କୁ ସରକାରଙ୍କ ତରଫରୁ ୪ ଡ଼ିସିମିଲି ଭୂମିହୀନ ଜମି ପଟା ମିଳିଛି ହେଲେ ଆଜି ସୁଦ୍ଧା ତହସିଲକୁ ବାରମ୍ବାର ଦୌଡ଼ୁଥିଲେ ମଧ୍ୟ ଗରଦପୁର ତହସିଲ ତାଙ୍କୁ ଜମି ଚିହ୍ନଟ କରି ଦେଇପାରିନଥିବାରୁ ସେ ଉଦବେଗ ପ୍ରକାଶ କରିଥିଲେ । ସେହିପରି ଡ଼ିଜେ କୁ ଅନୁମତି ଦେବା ସରକାରୀ କଟକଣା ଥିଲେ ମଧ୍ୟ କୁଦାନଗରୀ ପୋଲିସ ପ୍ରଶାସନ ଏଥିପ୍ରତି ଉଦାସିନ ଥିବାରୁ ଅଂଚଳରେ ଶବ୍ଦ ପ୍ରଦୁଷଣ ବଢ଼ି ଚାଲିଛି । ଧନ ଜୀବନ ହାନୀ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏହାର ଉଚିତ ଧ୍ୟାନ ଦେବାକୁ ସମାଜସେବୀ ପ୍ରକୃତି ବନ୍ଧୁ ସନ୍ତୋଷ ଜେନା , ସମାଜିକ କର୍ମୀ ନବାବ କୁମାର ପଣ୍ଡା, ସାମ୍ବାଦିକ ସୁବାସ ସାମଲ ପ୍ରମୁଖ ପ୍ରଶାସନ ନିକଟରେ ଦୃଢ଼ ଦାବି କରିଛନ୍ତି ।ଏହି ଶିବିର ପରିଚାଳନାରେ ବ୍ଲକ୍ ପିଏ ମୃଣ୍ମୟ ରାଉତ ଓ କର୍ମଚାରୀମାନେ ସହଯୋଗ କରିଥିବାବେଳେ ଏଥିରେ ଲାଇନ୍ ଡ଼ିପାର୍ଟମେଂଟର ବହୁ ପଦାଧିକାରୀ ଯୋଗ ଦେଇଥିଲେ ।
ରିପୋର୍ଟ : ରଜତ ମହାପାତ୍ର