

ଛତ୍ରପୁର (ସମୃଦ୍ଧ ଓଡିଶା) ଜାତୀୟ କ୍ରୀଡା ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ଷ୍ଟାଡିୟମ ଠାରେ ଆଞ୍ଚଳିକ ହକି ସଂଘ ପକ୍ଷରୁ ଏକ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟୋକିଓ ଅଲମ୍ପିକ୍ରେ ଅଂଶ ଗ୍ରହଣ କରି ବ୍ରୋଞ୍ଜ୍ ପଦକ ହାସଲ କରିଥିବା ଖେଳାଳି ଅମିତ୍ ରୋହିଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥୀ ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଳକ୍ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଖେଳ ପଡିଆରେ ଦୁଇ ଦଳର ସଦସ୍ୟମାନଙ୍କ ସହ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ହକି ସଂଘର ଉପ-ସଭାପତି ଅଜୟ କୁମାର ମହାପାତ୍ର, ଉପ-ସଭାପତି ଟି.ଚନ୍ଦ୍ର ଶେଖର ରାଓ, ସଂପାଦକ ରାଜେନ୍ଦ୍ର କୁମାର ବେହେରା, ସହ ସଂପାଦକ ଶତ୍ରୁଘ୍ନ ନାହାକ, ତୁଷାରକାନ୍ତ ପାଣ୍ଡିଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ବନ୍ଧୁତ୍ୱପୂର୍ଣ୍ଣ ଖେଳକୁ ରେଫରୀ ଭାବେ ସନ୍ତୋଷ କୁମାର ଗୌଡ ଓ ଗୌରୀଶଙ୍କର ମହାନ୍ତି ପରିଚାଳନା କରିଥିଲେ । କମେଣ୍ଟର ଭାବେ ଚିନ୍ମୟ କୁମାର ଦାଶ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା







