ବନ୍ୟଜନ୍ତୁଙ୍କ ଉପଦ୍ରବ ଯୋଗୁଁ ଧନଜୀବନ ନଷ୍ଟ ହେଉଥିବା ବେଳେ ସରକାରଙ୍କ ଉଦାସୀନତାକୁ ନେଇ ନବ ନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ ନିଷ୍ପତ୍ତି …..

ଢେଙ୍କାନାଳ (ଶୁଭମ ପାଣି) ବନ୍ୟଜନ୍ତୁଙ୍କ ଉପଦ୍ରବ ଯୋଗୁଁ ଧନଜୀବନ ନଷ୍ଟ ହେଉଥିବା ବେଳେ ସରକାରଙ୍କ ଉଦାସୀନତାକୁ ନେଇ ନବ ନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ଢେଙ୍କାନାଳ ସଦର ବ୍ଲକରେ ଦୈନଦିନ ହାତୀ ଉପଦ୍ରବ ଯୋଗୁଁ ଧାନ ଆଜି ଫସଲ ନଷ୍ଟ ହେଉଥିବା ବେଳେ କିଛି ଲୋକ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଲେଣି । ସେହିଭଳି ବାରହାମାନେ ମଧ୍ୟ ଧାନ ଫସଲରେ ପଶି ନଷ୍ଟ କରିବାରେ ଲାଗିଛି । ଏହି ବନ୍ୟଜନ୍ତୁ ମାନଙ୍କର ଉପଦ୍ରବ ଅସହ୍ୟ ହୋଇ ପଡିଥିବା ବେଳେ ସରକାର ନିରବ ଦ୍ରଷ୍ଟାରେ ସାଜିଛନ୍ତି । ଏହାର ପ୍ରତିବାଦରେ ଢେଙ୍କାନାଳ ସଦର ବ୍ଲକ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଦଧିବାମନ ମଠରେ ଏକ ବୈଠକ ବସିଥିଲା । ଏହି ବୈଠକରେ ବ୍ରଜବନ୍ଧୁ ଜେନା ସଭାପତିତ୍ଵ କରିଥିବାବେଳେ ଜିଲ୍ଲା ସଭାପତି ବିପ୍ରବର ସାହୁ ପର୍ଯ୍ୟବେକ୍ଷକ ଭାବେ ଅଂଶ ଗ୍ରହଣ କରିଥିଲେ । ଆସନ୍ତା ୨୯ ତାରିଖରେ କୁଆଖିଆ ଠାରେ ଏକ ରାଜ୍ୟ ସ୍ତରୀୟ ରା଼ଲ୍ଲୀ କରିବାକୁ ନିଷ୍ପତି ହୋଇଥିବା ଜଣାପଡିଛି । ଏଥିରେ ସଦର ବ୍ଲକର ଏକ ହଜାରରୁ ଉର୍ଦ୍ଦ୍ୱ ଚାଷୀ ଯୋଗ ଦେଉଥିବା କୁହାଯାଇଛି । ଆଜିର ଏହି ବୈଠକରେ କିଶୋର ଚନ୍ଦ୍ର ରାଉତ, ଶ୍ରୀକାନ୍ତ ସେଠି, ନୀଳମଣି ବରଳ, ରବି ନାରାୟଣ ଦାସ, ପ୍ରହଲ୍ଲାଦ ରାଉତ, କୁଶ ସେଠି, ପଦ୍ମନାଭ ପରିଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।