ବରିଷ୍ଠ ନାଗରିକଙ୍କ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣ ପ୍ରପିଡିତ ଲୋକଙ୍କୁ ସହାୟତା ଓ ଚିକିତ୍ସା ଲାଗି ଜଳେଶ୍ୱର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ସମାଜ ରିଲିଫ ପାଣ୍ଠିକୁ ଆର୍ଥୀକ ସହାୟତା ପ୍ରଦାନ କରାଯାଇଛି । ଭାଷ୍କର ଚନ୍ଦ୍ର ମିଶ୍ର, ସିଦ୍ଧେଶ୍ୱର ତ୍ରିପାଠୀ, କାଳିଦାସ ଟୁଡୁ, ସୁମନ୍ତ ଘୋଷ, ରାଜାରାମ କରସର୍ମା, ନଗେନ୍ଦ୍ର ନାଥ, ବ୍ରହ୍ମାନନ୍ଦ ମହାନ୍ତି, କୁଂଜଲାତା ସେନାପତି, ସିଦ୍ଧେଶ୍ୱର ପଣ୍ଡା, ଡ. ଲଳିତ ସେନାପତି, ସିତାଂଶୁ ସେନାପତି, ଦିଲ୍ଲିପ ଗିରି, ଆଇନ୍‌ଜିବୀ ଜିତାଂଶୁ ନନ୍ଦୀ, ଡ. ଶ୍ରୀକାନ୍ତ ଚରଣ ପାତ୍ର, ଜଗଦିଶ ପାଣିଗ୍ରାହୀ, ସୁନିଲ ନାୟକ ଓ ଅଜିତ୍ ରାୟ ପ୍ରମୁଖ ପ୍ରଧାନମନ୍ତ୍ରୀ କୋଭିଦ-୧୯ ପାଣ୍ଠିକୁ ୩ହଜାର, ମୁଖ୍ୟମନ୍ତ୍ରି କରୋନା ରିଲିଫ ପାଣ୍ଠିକୁ ୩ ହଜାର ଟଙ୍କାର ଚେକ୍ ଜଳେଶ୍ୱର ପୌର ଅଧିକାରୀ ଅଜୟ କୁମାର ମହାପାତ୍ରଙ୍କୁ ପ୍ରଦାନ କରିଥିବା ବେଳେ ସମାଜ ରିଲିଫ ପାଣ୍ଠିକୁ ୨ହଜାର ଟଙ୍କା ସମାଜ ପ୍ରତିନିଧି ଅବନୀ ଚାନ୍ଦଙ୍କୁ ହସ୍ତାନ୍ତର କରିଥିଲେ । ସେହିପରି ଓଲମରାସ୍ଥିତ ମା ମଲକ୍ଷ୍ମୀ ଏଏଚ୍‌ଜି ଗ୍ରୁପ ପ୍ରଧାନମନ୍ତ୍ରୀ କୋବିଧ ରିଲିଫ ପାଣ୍ଠିକୁ ସହାୟତା ଦେଇଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା