ବରିଷ୍ଠ ନାଗରିକମାନେ ଦେଶର ପଥ ପ୍ରଦର୍ଶକ : ସେମାନଙ୍କ ସମ୍ମାନ ଓ ସେବାଆମର ପ୍ରଥମ କର୍ତ୍ତବ୍ୟ

ବ୍ରହ୍ମପୂର୍(ସମୃଦ୍ଧଓଡିଶା) ବରିଷ୍ଠ ନାଗରିକ ତଥା ଅଭିଭାବକ ମାନେ ସର୍ବଦା ପୂଜ୍ୟ, ସେମାନଙ୍କ ଅନୁଭୂତି ଓ ଜୀବନ ସଂଗ୍ରାମ ଯାତ୍ରା ର ଫଳ ସ୍ୱରୂପ ଆମେ ଏକ ସୁନ୍ଦର ପରିବାର ଓ ସମାଜ ପାଇଛେ ,ବରିଷ୍ଠ ନାଗରିକ ମାନେ ଦେଶର ପଥ ପ୍ରଦର୍ଶକ, ସେମାନଙ୍କ ସମ୍ମାନ ଓ ସେବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ଆଜି ରାମଚନ୍ଦ୍ରପୁର ସ୍ଥିତ ବିଶ୍ୱ ନିକେତନ୍ ଜରା ନିବାସରେ ବିଶ୍ବ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ବିଶିଷ୍ଟ ସମାଜସେବୀ ତଥା କଳାଞ୍ଜଳି ଟ୍ରଷ୍ଟ ପ୍ରତିଷ୍ଠାତ୍ରି ଓ ମହାନ୍ ସଂଘ ସାଂସ୍କୃତିକ ସମ୍ପାଦିକା ଶ୍ରୀମତୀ ରାମେଶ୍ବରୀ ନନ୍ଦ ମତବ୍ୟକ୍ତ କରିଥିଲେ।ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଘ ଓ କଳାଞ୍ଜଳି ଟ୍ରଷ୍ଟ ତରଫରୁ ରାମଚନ୍ଦ୍ରପୁର ସ୍ଥିତ ବିଶ୍ଵ ନିକେତନ ଜରା ନିବାସ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହାନ୍ ସଂଘ ତଥା ବିଶ୍ବ ନିକେତନ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଯୋଗଦେଇ ଯୌଥ ପରିବାର ପରମ୍ପରା ବିଲୁପ୍ତ ଓ ସଂସ୍କାର ଅଭାବରୁ ବରିଷ୍ଟ ନାଗରିକ ଙ୍କ ଶେଷ ସମୟ ଅତି କଷ୍ଟ ମୟ ହୋଇପଡିଛି। ଏଣୁ ନିଜ ପିତା ମାତା ଓ ଅଭିଭାବକ ଙ୍କ ଯତ୍ନ ନେବା ଆମ ସମସ୍ତଙ୍କ କର୍ତ୍ତ୍ୟବା ବୋଲି ମତ ବ୍ୟକ୍ତ କରିଥିଲେ। ବିଶ୍ବ ନିକେତନ ଜରା ନିବାସ ମାଧ୍ୟମରେ ଅସହାୟ ବୃଦ୍ଧ ବୃଦ୍ଧା ଙ୍କ ଥଇଥାନ ସହ ସେବା ଯୋଗାଇ ଦେବା ମହାନ୍ କାର୍ଯ୍ୟ ରେ ସହଯୋଗ କରୁଥିବା ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ। ଶ୍ରୀମତୀ ଅଭିଷିକ୍ତ। ଦାଶ ସଂଯୋଜନା କରିଥିବା ବେଳେ ଜରା ନିବାସ ପରିଚାଲିକା ଶ୍ରୀମତୀସବିତା ସାହୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।ଉଦ୍ଭୟ ଅନୁଷ୍ଠାନର ବହୁ ସଦସ୍ୟା ସଦସ୍ୟା ଅଂଶଗ୍ରହଣ କରିଥିଲେ। ସମସ୍ତଙ୍କୁ ବାଦାମ ମିଲକ୍ ଓ ଜଳଖିଆ ପ୍ରଦାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।