ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗାଈଗୋରୁ ମାନଙ୍କୁ ନିଜ ଗୁହାଳରେ ରଖିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଦର୍ଶ ଗାଈ ଗୁହାଳ ପ୍ରଦାନ କରାଯାଇଛି । କିନ୍ତୁ କେତେକ ସ୍ଥାନରେ ଆଦର୍ଶ ଗାଈ ଗୁହାଳ ଠିକ ଭାବେ କାର୍ଯ୍ୟରେ ଲାଗିଥିବା ବେଳେ ଅନ୍ୟ କେତେ ଜାଗାରେ ଗାଈ ଗୁହାଳରେ ଯାନବାହନ କିମ୍ବା ଗୁହାଳ ଗୋଦାମ ଗୃହ ପାଳଟିଛି । ତେଣୁ ଗାଈ ଗୋରୁ ବାହାରେ ବୁଲୁଥିବା ଦେଖିବାକୁ ମିଳିଛି ଏବଂ ଗାଈ ଗୋରୁ ମାନେ ଖାଦ୍ୟ ସଂଗ୍ରହ ପାଇଁ ଏଣେତେଣେ ବୁଲି ଅଳିଆ ଆବର୍ଜନା ଖାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ସ୍ଥିତ ସିଟି ବସଷ୍ଟାଣ୍ଡ ନିକଟରେ । ଏହି ସ୍ଥାନରେ କେତେକ ଗାଈଗୋରୁ ପଡିଥିବା ଅଳିଆ ଆବର୍ଜନା ଖାଉଛନ୍ତି ଏବଂ ସେହି ଅଳିଆ ମଧ୍ୟରେ ପ୍ରଚୁର ପରିମାଣର ପ୍ଲାଷ୍ଟିକ ଓ ପଲଥିନ ପଡିଛି । ଗାଈଗୋରୁ ମାନଙ୍କର ଏହିଭଳି ଖାଦ୍ୟ କାରଣରୁ ପଶୁ ଚିକିତ୍ସା ବିଭାଗ ପାଇଁ ଶୌଚନୀୟ ସମସ୍ୟା ସୃଷ୍ଟି ହେଇପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।