
ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାର ରାୟଗଡ ଠାରେ ଥିବା ଜନଜାତି ଓ ଅନୁସୁଚିତ ଜନଜାତି ଉନ୍ନୟନ ବିବାଗର ହଷ୍ଟେଲରୁ ନିଖୋଜ ହୋଇଥିବା ଛାତ୍ରୀ ବର୍ତ୍ତମାନ ଆନ୍ଧ୍ର ଚାଇଲ୍ଡଲାଇନ୍ ଦ୍ୱାରା ସୁରକ୍ଷିତ ଥିବାର ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ରାୟଗଡ ସରକାରୀ ହାଇସ୍କୁଲ ଛାତ୍ରୀ ନିବାସରୁ ଗତ ୨୨ତାରିଖ ଦିନ ୧୦ମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କ ମାଆଙ୍କ ଦେହ ଅସୁସ୍ଥ ଅଛି, ମୁଁ ତାର ବଡ ଭଉଣି ବୋଲି ପରିଚୟ ଦେଇ ଜଣେ ମହିଳା ଛାତ୍ରୀଙ୍କ ହଷ୍ଟେଲରୁ ନେଇଥିଲେ । ୨୩ ତାରିଖ ଦିନ ସକାଳ ସମୟରେ ଛାତ୍ରୀଙ୍କ ପିତା ସଂପୃକ୍ତ ହଷ୍ଟେଲରେ ପହଞ୍ଚି ଝିଅକୁ ଦେଖିବାକୁ ଚାହିଁଥିଲେ । ପ୍ରଧାନ ଶିକ୍ଷକ ଏଥିରେ ଆଶ୍ଚର୍ଯ୍ୟ ହୋଇ ସବୁକିଛି ଜଣାଇଥିଲେ । ଛାତ୍ରୀଙ୍କ ପିତା ଖୋଜାଖୋଜି କରିବା ପରେ ରାୟଗଡ ତାନାରେ ଲିଖିତ ଅଭିଯୋଗ କରିଥିଲେ । କେସ ନଂ ୬୫/୧୯ରେ ରାୟଗଡ ଥାନାରେ ମକଦ୍ଦମା ରୁଜୁ ହୋଇ ତଦନ୍ତ ଜାରି ରହିଥିଲା । ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କୁ ଏଥିନେଇ ପଚାରିବାରେ ସେ କହିଛନ୍ତି, ଛାତ୍ରୀ ଜଣକ ଆନ୍ଧ୍ର ପଲାସା ରେଳ ଷ୍ଟେସନରୁ ଆନ୍ଧ୍ର ଚାଇଲ୍ଡ ଲାଇନ ଦ୍ୱାରା ଉଦ୍ଧାର ହୋଇଛି । ସେ ଆନ୍ଧ୍ର ଶ୍ରୀକାକୁଲମ ଚାଇଲ୍ଡଲାଇନ୍ ଦ୍ୱାରା ସୁରକ୍ଷିତ ରହିଛି । ଆଜି କିମ୍ବା ଆସନ୍ତାକାଲି ସେମାନେ ଗଜପତି ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିବେ ଛାତ୍ରୀ ଜଣକ ଫେରିବା ପରେ ଏ ଘଟଣା ସମସ୍ତ ସତ୍ୟାସତ୍ୟ ଜଣାପଡିବ ।
ରିପୋର୍ଟ : କୃଷ୍ନ କୁମାର ବେହେରା