ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବର୍ତ୍ତମାନ ବି ମଣିଷ ପଣିଆ ବଞ୍ଚି ରହିଥିବା ଜଣେ ବିରଳ ରକ୍ତଦାତା ପ୍ରମାଣ ଦେଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଜଣେ ଅପରିଚିତ ମହିଳାଙ୍କୁ ରକ୍ତଦାନ କରି ମାନବିକତାର ପରିଚୟ ପ୍ରଦାନ କରିଛନ୍ତି ବିରଳ ଗ୍ରୁପର ଜଣେ ରକ୍ତଦାତା ରାଉରକେଲାର ଦିଲ୍ଲୀପ ବାରିକ ନାମକ ଜଣେ ବ୍ୟକ୍ତି । ସେ ସୁଦୂର ରାଉରକେଲାରୁ ବ୍ରହ୍ମପୁର ବଡ ମେଡିକାଲକୁ ଆସି ଜଣେ ପ୍ରସୂତି ମହିଳାଙ୍କୁ ରକ୍ତ ଦାନ କରିଛନ୍ତି । ପ୍ରସୂତୀ ମହିଳା ଜଣକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ହିମୋଗ୍ଲୋବିନ କମ ହୋଇଯାଇଥିବା ଜଣାପଡିଥିଲା । ଏଥିପାଇଁ ତାଙ୍କୁ ରକ୍ତ ନିତାନ୍ତ ଆବଶ୍ୟକ ରହିଥିବାବେଳେ ତାଙ୍କ ଶରୀରରେ ଥିବା ବ୍ଲଡ଼ ବମ୍ବେ ଗ୍ରୁପର ବୋଲି ଜଣାପଡିଥିଲା । ପରେ ଏହି ଗ୍ରୁପ ବିରଳ ଗ୍ରୁପ ହୋଇଥିବା ବେଳେ ବ୍ରହ୍ମପୁର ରକ୍ତ ଭଣ୍ଡାର ପକ୍ଷରୁ ଏହି ବ୍ଲଡ଼ ପାଇଁ ଉଦ୍ୟମ କରାଯାଇଥିଲା । ଏହି ବମ୍ବେ ବ୍ଲଡ଼ ଗ୍ରୁପ ଥିବା ସଦସ୍ୟ ମାନେ ଏକ ସଂଘ କରିଛନ୍ତି । ଏହି ସଂଘକୁ ଖବର ଦେବା ପରେ ସଂଘ ପକ୍ଷରୁ ସୁଦୂର ରାଉରକେଲାରୁ ଦିଲ୍ଲୀପ ଆସି ବ୍ରହ୍ମପୁରଠାରେ ବ୍ଲଡ଼ ଦେଇଥିବା ଜଣାପଡିଛି । ତାଙ୍କର ଏହି ମହତ କାମକୁ ନେଇ ବହୁ ଜନସାଧାରଣ ଧନ୍ୟବାଦ ଅର୍ପଣ କରିବା ସହିତ ତାଙ୍କର ପ୍ରସଂଶା କରିଛନ୍ତି । ତେଣୁ ଆଜି ବି ମଣିଷ ପଣିଆ ବଞ୍ଚି ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ଜଣାପଡିଛି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା