ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ସହର ମଧ୍ୟବର୍ତ୍ତି ଅଞ୍ଚଳରେ ପୁର୍ତ୍ତ ବିଭାଗର ଡାକବଙ୍ଗଳା ରହିଥିବା ବେଳେ ତାର ଫାଟକ ରାସ୍ତା ଦୀର୍ଘମାସ ଧରି କାଦୁଅ ପଚପଚ ରହୁଥିବାରୁ ସାଧାରଣ ଭାବେ ପୁର୍ତ୍ତକାର୍ଯ୍ୟାଳୟ ଓ ଡାକବଂଗଳାକୁ ଚାଲି ଚାଲି ଯିବା ଅସମ୍ଭବ ହୋଇ ପଡିଛି । ୫୭ ରାଜ୍ୟ ରାଜପଥ ନିକଟରେ ଡାକବଂଗଳାଟି ରହିଥିବାରୁ ଉଚ୍ଚପଦସ୍ଥ କର୍ମକର୍ତ୍ତା ଓ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ସଦାସର୍ବଦା ଗସ୍ତ ଲାଗି ରହିଥିଲେ ମଧ୍ୟ ଯାତାୟାତରେ ବାଧକ ସୃଷ୍ଟି ହେଉଛି । ଏଥିନେଇ କାହାର ବି ନିଘା ନ ଥିବା ବେଳେ ଗତ ୧୫ ତାରିଖରେ ଉଚ୍ଚ ନ୍ୟାୟାଳୟର ବିଚାରପତି ଡାକବଙ୍ଗଳାକୁ ଆସିବା ଜଣାଯିବାପରେ ପରିସରକୁ ପରିସ୍କାର ପରିଛନ୍ନ କରାଯାଇଥିଲେ ମଧ୍ୟ ଫାଟକ ନିକଟରେ ଜମିଥିବା ପାଣି, କାଦୁଅକୁ ନିଷ୍କାସନ କରାଯାଇପାରିନାହିଁ । ଏହା ଜଳେଶ୍ୱର ସହରର ସୌନ୍ଦଜିକରଣର ମଧ୍ୟ ବାଧକ ସୃଷ୍ଟି ହେଉଛି । ଏପରିକି ଗାଇ, ଗୋରୁ, ଛେଳି ଏହା ମଧ୍ୟରେ ବୁଲୁଥିବା ଦେଖିବାକୁ ମିଳିଛି । ଖୁବ୍ଶୀଘ୍ର ଫାଟକ ନିକଟରେ ଥିବା କାଉ-କେଚର ମରାମତି କରିବା ସହିତ ଦୁର୍ଗନ୍ଧଯୁକ୍ତ ପାଣି କାଦୁଅ ନିଷ୍କାସନ କରିବାକୁ ଜଳେଶ୍ୱରର ବହୁ ବୁଦ୍ଧିଜିବୀ ବିଭାଗୀୟ ଉଚ୍ଚ ପଦସ୍ଥ କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ରିପୋର୍ଟ : ଭୂପତି ପରିଡା