ବର୍ଷିୟାନ ନେତ୍ରୀ ସୁଷମା ସ୍ୱରାଜଙ୍କ ବିୟୋଗରେ ଜାତୀୟ ସାମ୍ବାଦିକ ୟୁନିୟନ (ଏନୟୁଜେଆଇ)ର ଶୋକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୂର୍ବତନ ମୁଖ୍ୟମନ୍ତ୍ରୀ, ବର୍ହିବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତ୍ରୀ ସୁଷମା ସ୍ୱରାଜଙ୍କ ବିୟୋଗରେ ଜାତୀୟ ସାମ୍ବାଦିକ ୟୁନିଅନ (ଏନୟୁଜେଆଇ) ଓଡ଼ିଶା ଶାଖା ସଭାପତି ରବି ରଥ ଗଭୀର ଶୋକ ପ୍ରକାଶ କରିବା ସହ ଭାରତ ବର୍ଷ ଜଣେ ସମ୍ମାନନୀୟ ବିଦ୍ୱାନ ଏବଂ ଅଗ୍ନିବର୍ଷି ମହିଳା ନେତ୍ରୀଙ୍କୁ ହରାଇଲା ବୋଲି କହିଛନ୍ତି । ତାଙ୍କ ବିୟୋଗରେ ଭାରତ ବର୍ଷର ଏକ ଅପୂରଣୀୟ କ୍ଷତି ସହିତ ଶୂନ୍ୟସ୍ଥାନ ଘଟିଲା ବୋଲି ଶ୍ରୀ ରଥ କହିଛନ୍ତି । ସେ କେନ୍ଦ୍ର ସୂଚନା ଓ ଲୋକ ସମ୍ପର୍କ ବିଭାଗର ମନ୍ତ୍ରୀ ଥିବା ବେଳେ ଆଞ୍ଚଳିକ ଭାଷାରେ ପ୍ରକାଶ ପାଉଥିବା ସମ୍ବାଦପତ୍ରଗୁଡ଼ିକୁ ବିଜ୍ଞାପନ ପ୍ରଦାନ କ୍ଷେତ୍ରରେ ଅଭିନବ ପଦକ୍ଷେପ ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଜାତୀୟ ସାମ୍ବାଦିକ ୟୁନିଅନ ପକ୍ଷରୁ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା