ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବର୍ଷିୟାନ ସାମ୍ବାଦିକ, ଜାତୀୟ ସାମ୍ବାଦିକ ୟୁନିଅନ (ଏନୟୁଜେଆଇ)ର ପୂର୍ବତନ ସଭାପତି, ସାମ୍ବାଦିକ ମଜୁରୀ ବୋଡ ସଦସ୍ୟ, ପ୍ରେସ କାଉନସିଲ ସଦସ୍ୟ ରାଜେନ୍ଦ୍ର ପ୍ରଭୁଙ୍କ ଗତ୧୪ ତାରିଖରେ ୮୩ ବର୍ଷ ବୟସରେ ନୂଆଦିଲ୍ଲୀ ଠାରେ ପରଲୋକ ହୋଇଯାଇଛି । ଜାତୀୟ ସାମ୍ବାଦିକୟୁନିଅନ ଗଠନ, ସାମ୍ବାଦିକମାନଙ୍କ ସୁରକ୍ଷା, ପ୍ରାପ୍ୟ ପାଇଁ ସେ ଜୀବନସାରା ଲଢ଼େଇ କରି ଆସୁଥିଲେ ।ଭାରତ ବର୍ଷର ପ୍ରମୁଖ ଇଂରାଜୀ ଖବର କାଗଜ ଟାଇମସ୍ ଅଫ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମସ୍ ଭଳି ବହୁଳପ୍ରସାରିତ ସମ୍ବାଦପତ୍ରରେ କାର୍ଯ୍ୟକରି ବେଶ ସୁନାମ ଅର୍ଜନ କରିଥିଲେ । ତାଙ୍କ ବିୟୋଗରେ ଭାରତବର୍ଷରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଅପୂରଣୀୟ କ୍ଷତି ଘଟିଲା ବୋଲି ଏନୟୁଜେଆଇ ଓଡ଼ିଶାଶାଖା ସଭାପତିି ରବି ରଥ ପ୍ରକାଶ କରିଛନ୍ତି । ସ୍ୱର୍ଗତ ବିୟୋଗରେ ଏକ ସ୍ମୃତିଚାରଣ ସଭା ନବୀନଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଗିରିଶ ଚନ୍ଦ୍ର ପାଢ଼ୀ, ନିରାକାର ସାହୁ, ସୁଶାନ୍ତ କର,ଅନୀଲ ପାଢ଼ୀ, ଦୁର୍ଗା ମାଧବ ପାଣିଗ୍ରାହୀ, ସୂର୍ଯ୍ୟ ନାରାୟଣ ବେହେରା, ପବିତ୍ର କୁମାର ଚୌଧୁରୀ,ରାକେଶ ଷଡ଼ଙ୍ଗୀ, ହୃଦାନନ୍ଦ ଜେନା, ଦୀପ୍ତିରଞ୍ଜନ ପାଢ଼ୀ, ପ୍ରଦୀପ କୁମାର କର, ମାନସ ତ୍ରିପାଠୀ, ରକେଶଷଡ଼ଙ୍ଗୀ, କୁରେଶୁ ପ୍ରଧାନ, ଅଶୋକ ନନ୍ଦ, ଅନନ୍ତ ଆପଟ, ବସନ୍ତ କୁମାର ଅଧିକାରୀ ପ୍ରମୁଖ ଯୋଗଦେଇସ୍ୱର୍ଗତ ପ୍ରଭୁଙ୍କ ସ୍ମୃତିଚାରଣ କରିବା ସହ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
ରିପୋର୍ଟ : ରବି ରଥ, ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା