ବଳରାମଜୀଉ ମନ୍ଦିରରେ ପାଲା ମହୋତ୍ସବ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗତ ୫ ତାରିଖ ରବିବାର ଠାରୁ ବଳରାମ ମନ୍ଦିର ପ୍ରାଙ୍ଗଣରେ ପ୍ରଭୁ ସତ୍ୟନାରାୟଣଙ୍କର ପାଲା ଆରମ୍ଭ ହୋଇ ଦୀର୍ଘ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା । ଯାହା ଆଜି ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସୁନାମଧନ୍ୟ ପାଲା ଗାୟକ ସୁରମଣୀ ଦତ୍ତ, କୃଷ୍ଣ ପଣ୍ଡା, ପଟ୍ଟାମୁଣ୍ଡାଇ ପାଲା, ଗୟପଲ୍ଲୀ ପରିବେଷଣ କରିଥିଲେ । ପ୍ରତ୍ୟେକ ଦିନ ସନ୍ଧ୍ୟା ୭ଟା ଠାରୁ ରାତି ୧୧ଟା ପର୍ଯ୍ୟନ୍ତ ପାଲା ପରିବେଷଣ କରାଯାଉଥିଲା । ଢେଙ୍କାନାଳ ସହରର ଏହି ଏକମାତ୍ର ପାଲା ଅନୁଷ୍ଠାନକୁ ସର୍ବଶ୍ରୀ ଗୋପୀନାଥ ମିଶ୍ର, ଶ୍ରୀମତୀ ଶୈଳବାଳା ମିଶ୍ର ପରିଚାଳନା କରିଥିଲେ । ଏତଦବ୍ୟତୀତ ଦେଉଳ ସାହିର କିଛି ଯୁବଗୋଷ୍ଠୀ ଓ ଗାୟକ ଦୁର୍ଗା ମାଧବ ପୃଷ୍ଟି ପାଲା ମଞ୍ଚ ପରିଚାଳନାରେ ସହାୟତା କରିଥିଲେ । ସହରର ଶହ ଶହ ପାଲାପ୍ରେମୀ ଦେଖିବାକୁ ଏବଂ ଶୁଣିବାକୁ ଆସୁଥିଲେ । ଏହି ପାଲା ମଞ୍ଚ ବିଗତ ୪୨ ବର୍ଷ ଧରି ନିରବ ଛିନ୍ନ ଭାବରେ ପରିଚାଳିତ ହୋଇ ଆସୁଛି ବୋଲି କର୍ମକର୍ତ୍ତାମାନେ ମତ ପ୍ରକାଶ କରିଛନ୍ତି । ଏହି ତିନି ରାତିରେ ପୁରାଣ ପୃଷ୍ଠାରୁ ସ୍ୱଚ୍ଛ ପରିମଳ ସମ୍ପର୍କରେ ପୁରାଣ ପୃଷ୍ଠାରେ ଥିବା ଉପାଖ୍ୟାନ ମାନ, ଦ୍ଵିତୀୟ ରାତିରେ ସାଂପ୍ରଦାୟିକ ସହଭାବନା ସମ୍ପର୍କରେ ଓ ତୃତୀୟ ରାତ୍ରିରେ ବୃକ୍ଷ ହିଁ ଜୀବନ ସଂପର୍କରେ ପୁଙ୍ଖାନୁପୁଙ୍ଖ ସମ୍ପର୍କରେ ପୁରାଣରେ ଥିବା ତାତ୍ତ୍ୱିକ ଉପାଖ୍ୟାନମାନ ଆଲୋଚନା କରିଥିଲେ । ଗାୟକଙ୍କ ଏତାଦୃଶ ଆଲୋଚନା ଉପସ୍ଥିତ ଦର୍ଶକ ଦର୍ଶିକାମାନଙ୍କ ପାଇଁ ବେଶ ଉପକାର କରିବା ବୋଲି ସର୍ବସମତ ସହ ମତ ପୋଷଣ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି