

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଓଡାପଡା ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମରେ ଗାୟତ୍ରୀ ୨୪ କୁଣ୍ଡ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ମହାଯଜ୍ଞ ଜାନୁୟାରୀ ୨ ରୁ ଆରମ୍ଭ ହୋଇ ୫ ଜାନୁୟାରୀରେ ଶେଷ ହୋଇଯାଇଛି । ଏହି ମହାଯଜ୍ଞରେ ଗ୍ରାମର ଏବଂ ଆଖପାଖ ଅଞ୍ଚଳର ବହୁ ଭକ୍ତ ଯୋଗ ଦେଇଥିବା ବେଳେ ଏହି ମହାଯଜ୍ଞର ଶେଷ ଦିନରେ ସାଂସଦ ରୁଦ୍ରନାରାୟଣ ପାଣି ଯୋଗଦେଇ ଗ୍ରାମର ଲୋକମାନଙ୍କ ସହ ଆଲୋଚନା କରି ଗ୍ରାମର ଭଲ ମନ୍ଦ ସମ୍ପର୍କରେ ସମୀକ୍ଷା କରିଥିଲେ । ଏହାସହ ପୂର୍ବତନ ଜିଲ୍ଲା ପରିଷଦ ବିନୋଦ ରଥ, ବିଧାୟକ ପ୍ରାର୍ଥୀ ଅଶୋକ ନାୟକଙ୍କ ସମେତ ଭାଗିରଥି ନାଥ, ସୁଧାକର ଜେନା, ପ୍ରମୋଦ ବିଶୋଇ, କୁଳମଣି ପାତ୍ର, କମଳାକାନ୍ତ ପାତ୍ର, ଅଞ୍ଜଳି ମାଝୀ, ଜୟନ୍ତୀ ପ୍ରଧାନ, ଦମୟନ୍ତୀ ପାତ୍ର, ଅମ୍ବିକା ପ୍ରସାଦ ଜେନା, ସୁଶାନ୍ତ କୁମାର ଧଳ, ସନ୍ତୁ ଭାଇ, ପିଙ୍କୁ ଭାଇ ଓ ଗ୍ରାମର ଅନେକ ବରିଷ୍ଠ ଲୋକ, ଯୁବକ ବର୍ଗ ଏବଂ ମହିଳା ବର୍ଗ ଯୋଗ ଦେଇଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି