ବଳରାମ ଯୋଜନାରେ ସହାୟତା ଲାଗି ୫୯୦୦ ଜଣଙ୍କ ଆବେଦନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜମିହୀନ ଚାଷୀଙ୍କୁ ସହାୟତା ଯୋଗାଇବା ଲାଗି ନବିନ ସରକାର ଯୋଜନା ଖୋଲିଛି ବଳରାମ । ଏହି ଯୋଜନାରେ ନାମ ମାତ୍ର ଚାଷୀ, କ୍ଷୁଦ୍ର ଚାଷୀ, ଭାଗ ଚାଷୀଙ୍କୁ ୧ଲକ୍ଷ୬୦ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଦେବାର ବ୍ୟବସ୍ଥା ହୋଇଛି । ଜିଲାପାଳ ଦତ୍ତାତ୍ରୟ ଭାଇ ସାହେବ ସିନ୍ଦେ ବାଲେଶ୍ୱରରେ ଯୋଗ ଦେବା ପରେ ବଳରାମ ଯୋଜନାରେ ଗରିବ ଚାଷୀଙ୍କୁ ଏହି ଯୋଜନାରେ ସହାୟତା କରିବା ଲାଗି ହାତ ବଢାଇଛନ୍ତି । ଜଳେଶ୍ୱର ବ୍ଲକରେ ୧୭୫୦ ଗ୍ରୁପରେ ପ୍ରାୟ ୧୨୧୫୦ ଜଣଙ୍କୁ ସହାୟତା ଦେବାଲାଗି ବ୍ୟବସ୍ଥା ହୋଇଥିବା ବେଳେ ୮୪୪ ଗୁପ୍‌ରେ ୫୯୦୦ ଜଣଙ୍କୁ ସହାୟତା ଦେବାଲାଗି ପ୍ରଚେଷ୍ଟା ଜାରି କରାଯାଇଛି । ଜଳେଶ୍ୱର ବ୍ଲକରେ ୨୧ଟି ବ୍ୟାଙ୍କ ଜରିଆରେ ବଳରାମ ଯୋଜନାରେ ଚାଷୀଙ୍କୁ ଗୁରୁତ୍ୱ ଦେବାକୁ ଜିଲାପାଳ ଦେଇଥିବା ନିର୍ଦ୍ଦେଶକୁ ଜଳେଶ୍ୱର କୃଷି ଅଧିକାରୀ ସଞ୍ଜୟ ରାଉତ ସୂଚନା ଦେଇଛନ୍ତି । ଜିବୀକା ମିଶନ କର୍ମଚାରୀଙ୍କ ମାଧ୍ୟମରେ ଏହି କାର୍ଯ୍ୟ ଆଗେଇ ଚାଲିଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି ପରିଡା