
ବ୍ରହ୍ମପୁର(ସମୃଦ୍ଧଓଡିଶା) ତାଲିମ୍ ପ୍ରାପ୍ତ ମହିଳା ଡାକ୍ତର ମୋୖମିତଙ୍କ ସହ ଦୁଷ୍କର୍ମ ଓ ହତ୍ୟାକୁ ନେଇ ସାରା ଦେଶରେ ଡାକ୍ତର ମାନଙ୍କ ଧର୍ମଘଟ ଚାଲିଛି ।ଏହି ଜଘନ୍ୟ ପରିସ୍ଥିତି କୁ ଦେଖି ଆଜି ରୋଲାଣ୍ଡ ଫାର୍ମାସି କଲେଜ ବ୍ରହ୍ମପୁରର ଛାତ୍ର ଛାତ୍ରୀ ମାନେ ମହମବତୀ ଶୋଭାଯାତ୍ରା କରିବା ସହ, ଦୋଷୀକୁ ତୁରନ୍ତ ଫାଶୀର ସଜା ଶୁଣାଇବାକୁ ଆନ୍ଦୋଳନ କରିଥିଲେ।ରୋଲାଣ୍ଡ କଲେଜରୁ ଶୋଭାଯାତ୍ରା ବାହାରି ଖୋଡାସିଙ୍ଗି ଏଲ୍.ଆଇ.ସି ଅଫିସ ପର୍ଯ୍ୟନ୍ତ ଯାଇଥିଲା, ଏହି ଶୋଭାଯାତ୍ରାରେ ୩୦୦ ରୁ ଅଧିକ ଛାତ୍ର ଛାତ୍ରୀଙ୍କ ସହ ସମସ୍ତ ଶିକ୍ଷକ ମାନେ ଯୋଗ ଦେଇଥିଲେ, ଦେଶବ୍ୟାପୀ ବଳାତ୍କାର ବିରୋଧରେ ସ୍ୱର ଉତ୍ତୋଳନ କରିବା ଏହି ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ ବୋଲି ଛାତ୍ର ଛାତ୍ରୀଙ୍କ ମତ ଥିଲା, ଛାତ୍ର ଛାତ୍ରୀ ମାନେ ଡା . ମୋୖମିତ ପାଇଁ ଶୋକ ପ୍ରକାଶ କରିଥିଲେ।
ରିପୋର୍ଟ୍:ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
