ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ସଫଳ ଦିବସ ପାଳିତ ହୋଇଯାଇଛି । ଦୀର୍ଘ ଦିନ ଧରି ବସ୍ତି ବାସିନ୍ଦାଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ବହୁ ବାର ସରକାରଙ୍କ ଠାରେ ଦାବି ଉପସ୍ଥାପନ କରି ଆସିଛି ଏହି ମଞ୍ଚ । ତେବେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ପୈରପରିଷଦ ଅଧୀନରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଥିବାରୁ ଆଶ୍ୱାସନା ପାଇଛନ୍ତି । ଶିକ୍ଷା ଓ ଆର୍ଥିକ ଅନଗ୍ରସର ଶ୍ରେଣୀର ହୋଇଥିବାରୁ ଏମାନଙ୍କ ସମସ୍ୟାକୁ ସରକାର ଅଣଦେଖା କରୁଥିବା ଅଭିଯୋଗ ହୋଇଆସିଛି । ତେବେ ବିଳମ୍ବରେ ହେଲେ ସୁଦ୍ଧା ବର୍ତ୍ତମାନ ଥଇଥାନ ହୋଇଥିବାରୁ ସରକାରଙ୍କୁ, ପ୍ରଶାସନ ଓ ସାମ୍ୱାଦିକମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ପଟ୍ଟା ମିଳିବା ପରେ ପିଲାଛୁଆଙ୍କ ପାଠ ପଢା, ଜାତି ଗତ ପ୍ରମାଣ ପତ୍ର ପାଇବା ଆଦି କ୍ଷେତ୍ରରେ ସହାୟକ ହୋଇ ପାରିବ । ତେବେ ସହରର ମୋଟ ୮ଟି ବସ୍ତିର ୮୮୩ ପରିବାର ମଧ୍ୟରୁ ୨୭୯ ଜଣ ଯୋଗ୍ୟ ଚିହ୍ନଟ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦୨ ପରିବାରକୁ ପଟ୍ଟା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆବାହକ ସୁଜିତ ପ୍ରଧାନ, ଜି ଦୁତିକା, ମୁଲିକି କ୍ରିଶ୍ନମା, ଡୋଳା ନନ୍ଦ ଗୟା, ମିଶାଲ୍ ଆପା ରାଓ ଓ ବହୁ ବସ୍ତି ବାସିନ୍ଦା ଉପସ୍ଥିତ ଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା